31.1 C
Bhubaneswar
Sunday, May 19, 2024
Homeଅପରାଧମା’ ସାଜିଲା ରାକ୍ଷସୀ, ୧୦ ବର୍ଷିୟ ପୁଅ ସହ କଲା ଏମିତି କାମ...

ମା’ ସାଜିଲା ରାକ୍ଷସୀ, ୧୦ ବର୍ଷିୟ ପୁଅ ସହ କଲା ଏମିତି କାମ…

ମୋରିସ୍‌ଭିଲ୍‌: ୧୦ ବର୍ଷିୟ ପୁଅକୁ ଖାଇବାକୁ ନ ଦେଇ ମାରିଥିବା କାରଣରୁ ଆମେରିକାର ଉତ୍ତର କେରୋଲିନା ଅନ୍ତର୍ଗତ ମୋରିସ୍‌ଭିଲ୍‌ ସହରରେ ରହୁଥିବା ପ୍ରିୟଙ୍କା ତିୱାରୀ ନାମ୍ନୀ ଜଣେ ଭାରତୀୟ ମହିଳାଙ୍କ ନାମରେ ନରହତ୍ୟା ମାମଲା ରୁଜୁ କରାଯାଇଛି।ବୁଧବାର ଦିନ ମୋରିସ୍‌ଭିଲ୍‌ସ୍ଥିତ ବାସଭବନରୁ ତାଙ୍କ ପୁଅର ଗଳିତ ଶବ ଉଦ୍ଧାର କରାଯାଇଛି। ସେଦିନ ସନ୍ଧ୍ୟା ୫.୩୫ରେ ୩୩ ବର୍ଷୀୟ ତିୱାରି ୯୧୧କୁ ଫୋନ୍‌ କରି ଜଣାଇଲେ ଯେ, ତାଙ୍କ ପୁଅ ନିଶ୍ଚିଳ ହୋଇ ପଡ଼ିରହିଛି। ସେଠାରେ ପହଞ୍ଚି ପୁଲିସ ଓ ପାରାମେଡିକ୍‌ କର୍ମଚାରୀମାନେ ପୁଅର ‘ସିପିଆର୍‌’ କଲେ, କିନ୍ତୁ ତା’ର ଶ୍ବାସକ୍ରିୟା ଫେରିଲା ନାହିଁ। ଶବ ପଚି ଆସିଥିବା ଦେଖି ପୁଲିସ ସୁନିଶ୍ଚିତ ହେଲା ଯେ, ପିଲାଟି କେତେ ଦିନ ତଳୁ ମରିଯାଇଛି। ସେମାନେ ଦେଖିଲେ ଘରେ ଖାଇବା ଜିନିଷ ପ୍ରାୟ କିଛି ନାହିଁ। ସେମାନେ ସୁନିଶ୍ଚିତ ହେଲେ ଯେ, ମୃତ୍ୟୁର ପ୍ରାୟ ମାସେ ଆଗରୁ ସେ ପିଲାର ଓଜନ ଖୁବ୍‌ ହ୍ରାସ ପାଇଥିଲା। ପିଲାଟି ନିର୍ଯାତନା ଓ ଅବହେଳା କାରଣରୁ ମରିଥିବା କଥା ତଦନ୍ତକାରୀମାନେ ସୁନିଶ୍ଚିତ ହୋଇଥିଲେ ବି ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେମାନେ କହିଛନ୍ତି।ଗୁରୁବାର ସକାଳେ ପ୍ରିୟଙ୍କା ତିୱାରୀଙ୍କୁ ଗିରଫ କରାଯାଇ ହାଜତ ନିଆଯାଇଛି। ତାଙ୍କ ନାମରେ ନରହତ୍ୟା, ଶିଶୁ ପ୍ରତି ଅବହେଳା ଓ ନିର୍ଯାତନା ମାମଲା ରୁଜୁ କରାଯାଇଛି। ଜାନୁଆରି ୧୧ ତାରିଖରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତାଙ୍କୁ ଜାମିନ ମିଳିବ ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking