29.6 C
Bhubaneswar
Monday, June 29, 2026
Homeଦେଶ ବିଦେଶ୮ ମାସର ଝିଅକୁ ହତ୍ୟା କଲା ମା’

୮ ମାସର ଝିଅକୁ ହତ୍ୟା କଲା ମା’

ଲକ୍ଷ୍ନୌ : ପ୍ରତ୍ୟେକ ପରିବାରରେ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ କଳିଝଗଡ଼ା ହୋଇଥାଏ। ହେଲେ ଏହି କାରଣକୁ ନେଇ ଜଣେ ମା’ ନିଜର ୮ମାସର ଝିଅକୁ ହତ୍ୟା କରିଛନ୍ତି। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ଉତ୍ତର ପ୍ରଦେଶର ପରସପୁର ଥାନା ଅନ୍ତର୍ଗତ ଅଭୟପୁର ଗାଁରେ। ସୂଚନା ଅନୁସାରେ, ମହିଳା ନାମ୍ନୀ ମହିଳା ଜଣକ ଝିଅ ସହିତ ଶାଶୁ ଘରେ ରହୁଥିବାବେଳେ ସ୍ଵାମୀ ମୁମ୍ବାଇରେ ରୁହନ୍ତି। ରାତିରେ ସ୍ଵାମୀ-ସ୍ତ୍ରୀ ଫୋନରେ କଥା ହେବା ସମୟରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଏବଂ ଝଗଡ଼ା ହୋଇଥିଲା। ଏହା ପରେ ମହିଳା ଜଣକ ରାଗରେ ଝିଅକୁ ସେପ୍ଟିକ ଟ୍ୟାଙ୍କରେ ଫିଙ୍ଗି ଦେଇଥିଲେ। ପରଦିନ ସକାଳେ ଝିଅ ନିଖୋଜ ହୋଇଯାଇଥିବା ଘରେ ଜଣାଇଥିଲେ। କୌଣସି ଜଙ୍ଗଲୀ ଜନ୍ତୁ ଝିଅକୁ ନେଇଯାଇଥିବା ସେ କହିଥିଲେ। ଏହା ପରେ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଏବଂ ବନ କର୍ମଚାରୀମାନେ ନିକଟ ଜଙ୍ଗଲ ଅଞ୍ଚଳରେ ଖୋଜାଖୋଜି କରିଥିଲେ। ଡ୍ରୋନ ସହାୟତାରେ ବି ସ୍ଥାନୀୟ ଅଞ୍ଚଳରେ ଖୋଜାଖୋଜି ଚାଲିଥିଲା। କିନ୍ତୁ ଝିଅର କୌଣସି ପତ୍ତା ମିଳି ନ ଥିଲା। ପରେ ସନ୍ଧ୍ୟାରେ ବର୍ଷା ହେବାରୁ ଘର ପଛ ପଟେ ଥିବା ସେପ୍ଟିକ ଟ୍ୟାଙ୍କରୁ ଝିଅର ମୃତଦେହ ଭାସି ଆସିଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ ପାଣିରେ ବୁଡ଼ି ଝିଅର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପଚରାଉଚରା ପରେ ମହିଳା ଜଣକ ସ୍ଵାମୀଙ୍କ ସହ ଝଗଡ଼ା ଯୋଗୁ ଏଭଳି କରିଥିବା ମାନିଥିଲେ। ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ମା’କୁ ଗିରଫ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking