29.1 C
Bhubaneswar
Friday, October 18, 2024
Homeଓଡିଶାଶାଶୁଘର ଛାଡିବେ ବର୍ଷା

ଶାଶୁଘର ଛାଡିବେ ବର୍ଷା

କଟକ : ବିଜେଡି ସାଂସଦ ଅନୁଭବ -ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲା । ବର୍ଷା ଶାଶୁଘର ଛାଡିବାକୁ ଏସଡିଜେଏମ କୋର୍ଟ ଦେଇଥିବା ନିଷ୍ପତ୍ତି କାଏମ । ଏ ନେଇ ଜିଲ୍ଲା ଜଜ୍ କୋର୍ଟରେ ଚାଲିଥିବା ମାମଲାର ଅନ୍ତ ଘଟାଇଲେ କୋର୍ଟ । ଜିଲ୍ଲା ଜଜ୍ କୋର୍ଟରେ ବର୍ଷା ଶାଶୁଘର ଛାଡିବା ଜଣାଇବାରୁ ମାମଲାର ଅନ୍ତ । ମାସକ ମଧ୍ୟରେ ଶାଶୁଘର ଛାଡିବାକୁ କୋର୍ଟରେ ଜଣାଇଲେ ବର୍ଷା । ପୂର୍ବରୁ ଏ ନେଇ ଅନୁଭବଙ୍କ ଆବେଦନକୁ ଗ୍ରହଣ କରିଥିଲେ ଏସଡିଜେଏମ । ବର୍ଷା ଶାଶୁଘର ଛାଡିବା ଲାଗି ଅନୁଭବଙ୍କ ଆବେଦନ ଗ୍ରହଣ ହୋଇଥିଲା । ବର୍ଷା ଅନ୍ୟତ୍ର ରହିବା ପାଇଁ ଘର ଭଡା ଦେବାକୁ କହିଥିଲେ କୋର୍ଟ । ମାସିକ ୩୦ ହଜାର ଟଙ୍କା ଘରଭଡା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏସଡିଜେଏମ ଙ୍କ ନିର୍ଦ୍ଦେଶକୁ ଚ୍ୟାଲେଂଜ କରି ଜିଲ୍ଲା ଜଜ୍ କୋର୍ଟ ଯାଇଥିଲେ ବର୍ଷା । ମାମଲାର ପ୍ରାରମ୍ଭିକ ଶୁଣାଣୀ କରି ଜିଲ୍ଲା ଜଜ୍ ସ୍ଥଗିତା ଦେଶ ଦେଇଥିଲେ ।
ସୂଚନା ଥାଉକି, ଗତ ମାସରେ କଟକ ଫ୍ୟାମିଲି କୋର୍ଟରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ହାଜର ହୋଇଥିଲେ । ଏଥିରେଦୁଇଦିନ ଧରି କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଥିଲେ ଅନୁଭବ ।ଅନୁଭବଙ୍କ ପକ୍ଷରୁ ଦାୟର ହୋଇଥିବା ଛାଡପତ୍ର ଆବେଦନ ଉପରେ ନିଜେ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ । ପ୍ରତିପକ୍ଷ ଓକିଲ ଅନୁଭବଙ୍କୁ ଜେରା କରିଥିଲେ । ଏହି ସମୟରେ ପତ୍ନୀ ବର୍ଷାଙ୍କ ଉଦ୍ଦେଶ୍ୟରେ ଶ୍ରୀମଦ୍ ଭଗବତ ଗୀତା ପ୍ରଦାନ କରିଥିଲେ ସାଂସଦ ଅନୁଭବ ମହାନ୍ତି । ଏବଂ କହିଥିଲେ ଗୀତା ପଢନ୍ତୁ ସୁଜ୍ଞାନ ହାସଲ ହେବ । ତେବେ ଦୁହିଁଙ୍କ ମଧ୍ୟ ରେ କେଵେ ସବୁ ସମାଧାନ ହେବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking