18.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଟିଭି ରିମୋଟକୁ ନେଇ ଶାଶୂ-ବୋହୂ ଝଗଡ଼ା , ଥାନାରେ ପହଞ୍ଚିଲା କଳି

ଟିଭି ରିମୋଟକୁ ନେଇ ଶାଶୂ-ବୋହୂ ଝଗଡ଼ା , ଥାନାରେ ପହଞ୍ଚିଲା କଳି

ଅମ୍ୱରନାଥ – ଘରେ ଘରେ ଟିଭି ରିମୋଟକୁ ନେଇ ଅନେକ ସମୟରେ ଝଗଡ଼ା ହୋଇଥାଏ। ହେଲେ ଏହା କେହି କେବେ ଭାବି ନଥିବେ ଯେ, ଉକ୍ତ ମାମଲା ଏତେ ଗୁରୁତର ହୋଇପାରେ , ଆଉ ଥାନା ପର୍ଯ୍ୟନ୍ତ ବି ଯାଇପାରେ। ଅମ୍ୱରନାଥରେ କିଛି ଏମିତି ହିଁ ହୋଇଛି। ଟିଭି ରିମୋଟକୁ ନେଇ ଶାଶୂ-ବୋହୂ ମଧ୍ୟରେ ଝଗଡ଼ା ଏମିତି ରୂପ ନେଲା ଯେ , ମାମଲା ଯାଇ ଥାନାରେ ପହଞ୍ଚି ଗଲା ଏବଂ କେସ୍ ବି ରୁଜୁ ହୋଇଗଲା। ଆଉ ଝଗଡ଼ା ବେଳେ ବୋହୂ ଶାଶୂଙ୍କର ହାତକୁ ଦାନ୍ତରେ କାମୁଡ଼ି ଦେଲେ।

୩୨ ବର୍ଷିୟା ବିଜୟା କୁଲକର୍ଣ୍ଣି ଅମ୍ୱରନାଥର ଗଙ୍ଗାଗିରି ଆପାର୍ଟମେଣ୍ଟରେ ସ୍ୱାମୀ ଓ ଶାଶୂଙ୍କ ସହ ରୁହନ୍ତି। ବିଜୟାଙ୍କର ଶାଶୂ ବୃଶାଳୀ କୁଲକର୍ଣ୍ଣି (୬୦ ବର୍ଷ) ବୋହୂ ନାଁରେ କେସ୍‌ ଦେଇଛନ୍ତି। ଶିବାଜୀନଗର ଥାନା ପୁଲିସ୍‌ ଅଧିକାରୀଙ୍କ ମୁତାବିକ , ଏହି ଦୁହିଁ ଜଣ ପରସ୍ପର ଭିତରେ ଅନେକ ସମୟରେ ଛୋଟ ଛୋଟ କଥାକୁ ନେଇ ଝଗଡ଼ା ହୋଇଥାନ୍ତି । ଗୋଟିଏ ସମୟରେ ଅଲଗା ଅଲଗା କାମ କରିବାକୁ ନେଇ ଅନେକ ଥର ସେମାନଙ୍କ ବିଷୟରେ କଳିର ସୂତ୍ରପାତ ଘଟେ ।

ବୃଶାଳୀ ନିଜର ଅଭିଯୋଗରେ କହିଛନ୍ତି କି ଗଣେଶ ପୂଜାର ଆରମ୍ଭରୁ ତାଙ୍କର ବୋହୂ ସହ ଟିଭି ଦେଖିବାକୁ ନେଇ ଝଗଡ଼ା ହେଉଛି । ବୃଶାଳୀ କହିବାନୁସାରେ ସେ ପୂଜା କରିବା ବେଳେ ତାଙ୍କର ବୋହୂ ବିଜୟା ଟିଭି ଅନ୍‌ କରି ବସି ଯାନ୍ତି । ସୋମବାର ଯେବେ ସେ ପୂଜା କରୁଥିଲେ ବୋହୂ ଟିଭି ଅନ୍ କରିଦେଲେ । ଟିଭି ଶବ୍ଦରେ ସେ ଡିଷ୍ଟର୍ବ ହେଉଥିଲେ । ଏଥିପାଇଁ ସେ ଯାଇ ବିଜୟାଙ୍କ ହାତରୁ ରିମୋଟ ନେଇଗଲେ ଏବଂ ଟିଭି ବନ୍ଦ କରିଦେଲେ । ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ବୋହୂ ବିଜୟା ଶାଶୂଙ୍କ ହାତକୁ କାମୁଡ଼ି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking