19.1 C
Bhubaneswar
Friday, January 10, 2025
Homeଓଡିଶାରାଜଧାନୀରେ ଟିକା ନେଲେଣି ୩୨ ଲକ୍ଷରୁ ଊର୍ଦ୍ଧ୍ୱ

ରାଜଧାନୀରେ ଟିକା ନେଲେଣି ୩୨ ଲକ୍ଷରୁ ଊର୍ଦ୍ଧ୍ୱ

ଭୁବନେଶ୍ୱର : ବଢ଼ୁଥିବା କରେନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ସହରରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୨ ଲକ୍ଷ ୧୪ ହଜାର ୭୪୪ଜଣଙ୍କୁ ଟିକା ଦିଆଯାଇଛି ।ସେମାନଙ୍କ ମଧ୍ୟରୁ ୧୫ ଲକ୍ଷ ୭୫ ହଜାର ୩୮ ଜଣ କେବଳ ପ୍ରଥମ ଡ଼ୋଜ୍ ନେଇଛନ୍ତି । ସେହିପରି ୧୪ଲକ୍ଷ ୬୫ ହଜାର ୭୪୯ ଜଣ ଦ୍ୱିତୀୟ ଡ଼ୋଜ୍ ନେଇଛନ୍ତି । ସେହିପରି ୧ଲକ୍ଷ ୭୩ ହଜାର ୯୫୭ ଜଣ ପ୍ରିକସନ୍ ଡ଼ୋଜ୍ ନେଇଛନ୍ତି । ୩୬ ହଜାର ୨୮୬ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡ଼ୋଜ୍ , ୩୪ ହଜାର ୨୯୬ଜଣ ସ୍ୱାସ୍ଥ୍ୟକର୍ମୀ ଦ୍ୱିତୀୟ ଡ଼ୋଜ୍ ଏବଂ ୧୬ ହଜାର ୮୦୮ ଜଣ ସ୍ୱାସ୍ଥ୍ୟ କର୍ମୀ ପ୍ରିକସନ୍ ଡ଼ୋଜ୍ ନେଇଛନ୍ତି । ସେହିପରି ୫୬ ହଜାର ୫୭୪ ଜଣ ସମ୍ମୁଖ ଯୋଦ୍ଧା ପ୍ରଥମ୍ ଡ଼ୋଜ୍‌, ୫୨ ହଜାର ୧୭୯ଜଣ ଦ୍ୱିତୀୟ ଡ଼ୋଜ୍ ଓ ୨୪ ହଜାର ୮୪୨ ଜଣ ସମ୍ମୁଖ ଯୋଦ୍ଧା ପ୍ରିକସନ ଡ଼ୋଜ ନେଇଛନ୍ତି । ସେହିପରି ୧୮ରୁ ୪୪ ବୟସ୍କଙ୍କ ମଧ୍ୟରୁ ୯ଲକ୍ଷ ୧୧ହଜାର ୮୮୫ ଜଣ ପ୍ରଥମ ଡ଼ୋଜ ଏବଂ ୮ ଲକ୍ଷ ୬୭ ହଜାର ୩୩୧ଜଣ ଦ୍ୱିତୀୟ ଡ଼ୋଜ୍ ନେଇଛନ୍ତି । ୪୫ ବର୍ଷରୁ ୫୯ ବର୍ଷ ବୟସ୍କଙ୍କ ମଧ୍ୟରୁ ୩ଲକ୍ଷ ୨୮ ହଜାର ୧୧୧ଜଣ ପ୍ରଥମ ଡ଼ୋଜ୍ ଓ ୩ଲକ୍ଷ ୬ ହଜାର ୮୮୫ ଜଣ ଦ୍ୱିତୀୟ ଡ଼ୋଜ୍ ନେଇଛନ୍ତି । ୬୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ବୟସ୍କଙ୍କ ମଧ୍ୟରେ ୧ଲକ୍ଷ ୬୨ ହଜାର ୮୧୩ ଜଣ ପ୍ରଥମ ଡ଼ୋଜ, ୧ଲକ୍ଷ ୫୦ ହଜାର ୨୫୨ ଜଣ ଦ୍ୱିତୀୟ ଡ଼ୋଜ ଏବଂ ୬୯ ହଜାର ୭୭୬ ଜଣ ପ୍ରିକସନ୍ ଡ଼ୋଜ୍ ନେଇଛନ୍ତି । ତେବେ ୧୫ରୁ ୧୭ବର୍ଷର ଶିଶୁଙ୍କ ମଧ୍ୟରେ ୫୧ ହଜାର ୮୭୭ଜଣ ପ୍ରଥମ ଡ଼ୋଜ୍ ଓ ୩୭ ହଜାର ୪୧୫ ଜଣ ଦ୍ୱିତୀୟ ଡ଼ୋଜ୍ ଟିକା ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking