18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶସୁପ୍ରିମକୋର୍ଟ ଜଜ୍‌ଙ୍କୁ ମିଳିବ ଅଧିକ ଅବସରକାଳୀନ ସୁବିଧା

ସୁପ୍ରିମକୋର୍ଟ ଜଜ୍‌ଙ୍କୁ ମିଳିବ ଅଧିକ ଅବସରକାଳୀନ ସୁବିଧା

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ଅବସରପ୍ରାପ୍ତ ଜଜ୍‌ଙ୍କୁ ପୂର୍ବାପେକ୍ଷ ଅଧିକ ଅବସରକାଳୀନ ସୁବିଧା ସୁଯୋଗ ମିଳିବ । କେନ୍ଦ୍ର ସରକାର ଏହି ନିୟମରେ କେତେକ ପରିବର୍ତ୍ତନ କରିଛନ୍ତି । ଏ ସମ୍ପର୍କରେ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଏକ ନୋଟିଫିକେସନ୍ ଜାରି କରାଯାଇଛି । ନୋଟିଫିକେସନ୍ ଅନୁସାରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ ଅବସରର ଛଅ ମାସ ପର୍ଯ୍ୟନ୍ତ ଦିଲ୍ଲୀରେ ଏକ ଟାଇପ୍‌-୭ ଘର ମିଳିବ । ସେହିପରି ନୂଆ ନିୟମ ଅନୁସାରେ ସିଜେଆଇଙ୍କୁ ଅବସର ପରେ ଆଜୀବନ ଜଣେ ଘରୋଇ ସହାୟକ, ଜଣେ ଡ୍ରାଇଭର୍‌, ସେକ୍ରେଟାରିଆଲ୍ ସହାୟକ ଯୋଗାଇ ଦିଆଯିବ । ଅବସରପ୍ରାପ୍ତ ସିଜେଆଇ୍‌ଙ୍କ ବାସଭବନ ୨୪ ଘଣ୍ଟା ସୁରକ୍ଷା ବଳୟରେ ରହିବ । ଏହା ସହିତ ଅବସରର ପାଞ୍ଚବର୍ଷ ପର୍ଯ୍ୟନ୍ତ ବ୍ୟକ୍ତିଗତ ସୁରକ୍ଷାକର୍ମୀ ମଧ୍ୟ ଯୋଗାଇ ଦିଆଯିବ । ସୁପ୍ରିମକୋର୍ଟ ଅବସରପ୍ରାପ୍ତ ଜଜ୍‌ଙ୍କ କ୍ଷେତ୍ରରେ ବାସଭବନରେ ୨୪ ଘଣ୍ଟିଆ ସୁରକ୍ଷା ସହିତ ତିନିବର୍ଷ ପାଇଁ ବ୍ୟକ୍ତିଗତ ସୁରକ୍ଷା କର୍ମୀ ମିଳିବେ । ଅନ୍ୟପକ୍ଷରେ ଯଦି ଧମକ ଆଧାରରେ ଜଣେ ଅବସରପ୍ରାପ୍ତ ସିଜେଆଇ କିମ୍ବା ସୁପ୍ରିମକୋର୍ଟ ଜଜ୍‌ଙ୍କୁ ଉଚ୍ଚସ୍ତରୀୟ ସୁରକ୍ଷା ଯୋଗାଇ ଦିଆଯାଉଥାଏ ତାହା ବଳବତ୍ତର ରହିବ ବୋଲି ନିୟମରେ ସଂଶୋଧନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking