22.1 C
Bhubaneswar
Thursday, February 26, 2026
Homeଓଡିଶାଆହୁରି ବର୍ଷିବ, ୨୩ ଜିଲ୍ଲାକୁ ଆଲର୍ଟ

ଆହୁରି ବର୍ଷିବ, ୨୩ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ ମଙ୍ଗଳବାର କାଲିଠାରୁ ବର୍ଷା ଆରମ୍ଭ ହୋଇଛି। କାଳବୈଶାଖୀର ତାଣ୍ଡବ ପରେ ବାୟୁମଣ୍ଡଳ ଥଣ୍ଡା ରହିଛି। ଗତ ଦୁଇ ଦିନ ଧରି କେନ୍ଦ୍ରୀୟ ଭାରତର ଉପରି ଭାଗରେ ଏକ ଟ୍ରପ୍ ଲାଇନ୍ ରହିଥିବା ବେଳେ ଏହାର ପ୍ରଭାବରେ କାଳବୈଶାଖୀ ସ୍ଥିତି ଉପୁଜିଥିଲା। ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ପବନ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ କହିବା ଅନୁସାରେ ଆଗାମୀ ୨୪ ଘଣ୍ଟାରେ ମଧ୍ୟରେ ଓଡ଼ିଶାର ୨୩ ଜିଲ୍ଲାରେ ବିଜୁଳି ଘଡ଼ଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଏହାସହ ଘଣ୍ଟା ପ୍ରତି ୩୦-୪୦ କିମି ବେଗରେ ଝଟକା ପବନ ବହିବାର ସମ୍ଭାବନା ରହିଛି। ଯାହାକୁ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି। ସେପଟେ ଆଗାମୀ ୩ ଦିନ ପରେ ଓଡି଼ଶାରେ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ଫଳରେ ଦିନରେ ତାତି ବଢ଼ିବାର ସମ୍ଭାବନା ରହିଛି। ସେହିପରି ଆଗାମୀ ୨ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୨-୩ ଡିଗ୍ରୀ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତ ୨୪ଘଣ୍ଟାରେ ୧୨ଟି ସ୍ଥାନରେ ପବନ ସହ ବର୍ଷା ହୋଇଥିବା ବେଳେ ଗଞ୍ଜାମର ପୋଲସରାରେ ସର୍ବାଧିକ ୫୩.୪ ମିମି ବର୍ଷା ରେକର୍ଡ କରାଯାଇଛି । ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ୩୬.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ରାଉରକେଲାରେ ୧୪.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking