34.5 C
Bhubaneswar
Tuesday, April 7, 2026
Homeଦେଶ ବିଦେଶ୬ଦିନ ପୂର୍ବରୁ ଛୁଇଁଲା ମୌସୁମୀ

୬ଦିନ ପୂର୍ବରୁ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମଙ୍ଗଳବାର ସମଗ୍ର ଦେଶକୁ ଛୁଇଁଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି। ଚଳିତବର୍ଷ ମୌସୁମୀ ବାୟୁ ଏହାର ଧାର୍ୟ୍ୟ ସମୟର ୬ଦିନ ପୂର୍ବରୁ ସମଗ୍ର ଦେଶକୁ ଛୁଇଁଛି। ଜୁଲାଇ ୮ରେ ମୌସୁମୀ ବାୟୁ ସମଗ୍ର ଦେଶକୁ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଥିଲା। ମଙ୍ଗଳବାର ଶେଷ ପର୍ୟ୍ୟାୟରେ ମୌସୁମୀ ବାୟୁ ରାଜସ୍ଥାନ, ହରିୟାଣା ଓ ପଞ୍ଜାବରେ ପହଞ୍ଚିଛି। ମେ ୩୦​‌ରେ ମୌସୁମୀ ବାୟୁ କେରଳ ଛୁଇଁଥିଲା ଯାହା ସ୍ବାଭାବିକ ସମୟ ଠାରୁ ୨ରୁ ୬ଦିନ ଆଗୁଆ ଥିଲା। ପରେ ଏହା ମହାରାଷ୍ଟ୍ରରେ ପହଞ୍ଚିଥିଲା। ମାତ୍ର ଏହା କିଛି ସମୟ ଅଟକି ଯାଇଥିଲା। ଫଳରେ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାର, ଛତିଶଗଡ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ପହଞ୍ଚିବା ବିଳମ୍ବିତ ହୋଇଥିଲା। ଜୁନ୍ ୧୧ରୁ ୨୭ ତାରିଖ ମଧ୍ୟରେ ଦେଶରେ ସ୍ବାଭାବିକ ବର୍ଷା ଠାରୁ କମ୍ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସ୍ବାଭାବିକ ଭାବେ ଏହି ସମୟରେ ୧୬୫.୩ ମିମି ବର୍ଷା ହେବା କଥା। ମାତ୍ର ଚଳିତବର୍ଷ ଏହି ସମୟରେ ୧୪୭.୨ ମିମି ବର୍ଷା ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking