28.9 C
Bhubaneswar
Monday, August 3, 2026
Homeଦେଶ ବିଦେଶଦେଶରେ ପୁଣି ସକ୍ରିୟ ମୌସୁମୀ: ଅନେକ ରାଜ୍ୟକୁ ପ୍ରବଳ ବର୍ଷା ଆଲର୍ଟ

ଦେଶରେ ପୁଣି ସକ୍ରିୟ ମୌସୁମୀ: ଅନେକ ରାଜ୍ୟକୁ ପ୍ରବଳ ବର୍ଷା ଆଲର୍ଟ

ନୂଆଦିଲ୍ଲୀ: ଦେଶର ଅଧିକାଂଶ ଅଞ୍ଚଳରେ ମୌସୁମୀ ବର୍ଷାର ପ୍ରଭାବ ଜାରି ରହିଛି । ଭାରତୀୟ ପାଣିପାଗ ବିଭାଗ ଅନୁସାରେ, ଦିଲ୍ଲୀ-ଏନସିଆରରେ ଆକାଶ ମେଘୁଆ ରହିବା ସହ ହାଲୁକାରୁ ମଧ୍ୟମ ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି । ଏହା ଫଳରେ ଗରମରୁ କିଛିଟା ଆଶ୍ୱସ୍ତି ମିଳିପାରେ, କିନ୍ତୁ ଆର୍ଦ୍ରତା ଅନୁଭୂତ ହୋଇପାରେ । ସେପଟେ ଗୁଜରାଟ, କେରଳ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ସମେତ ଅନେକ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସତର୍କ ସୂଚନା ଜାରି କରାଯାଇଛି । ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଓ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ।

ଆଇଏମଡି ଲୋକଙ୍କୁ ଆବଶ୍ୟକ ନଥିଲେ ପ୍ରବଳ ବର୍ଷା ସମୟରେ ଘରୁ ବାହାରକୁ ନ ଯିବାକୁ ପରାମର୍ଶ ଦେଇଛି। ନଦୀ, ପାହାଡ଼ିଆ ଅଞ୍ଚଳ ଓ ଜଳମଗ୍ନ ରାସ୍ତାରେ ସତର୍କତା ଅବଲମ୍ବନ କରିବା ସହ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଗାମୀ କିଛି ଦିନ ଯାଏଁ ଦେଶର ବିଭିନ୍ନ ଅଞ୍ଚଳରେ ମୌସୁମୀ ବର୍ଷା ସକ୍ରିୟ ରହିବ। ତେଣୁ ସମସ୍ତଙ୍କୁ ସତର୍କ ରହିବା ସହ ପାଣିପାଗର ସଦ୍ୟତମ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking