17.1 C
Bhubaneswar
Monday, November 25, 2024
Homeଓଡିଶାଚିକିତ୍ସାରେ ଅର୍ଥ ବାଧକ

ଚିକିତ୍ସାରେ ଅର୍ଥ ବାଧକ

ପରଜଙ୍ଗ:  ଗରିବ, ଅସହାୟ ଲୋକଙ୍କ ପାଇଁ ମାଳମାଳ ଯୋଜନା । ହେଲେ ଅନେକ ସ୍ଥାନରେ ପ୍ରକୃତ ହିତାଧିକାରୀ ଏହାର ସୁଫଳ ପାଇପାରୁନାହାନ୍ତି । ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍‌ କନ୍ତୋର ପଞ୍ଚାୟତ କୋଷ୍ଟିଆ ବେଢ଼ା ଗ୍ରାମର ମକର ଧୋଜ ନାଏକ ଓ ମନୋରମା ନାଏକଙ୍କ ସାନ ପୁଅ ଜ୍ଞାନରଞ୍ଜନ ନାଏକଙ୍କ କ୍ଷେତ୍ରରେ । ଜ୍ଞାନରଞ୍ଜନ ଭୁବନସ୍ଥିତ ଏକ ହୋଟେଲରେ କାମ କରୁଥିଲେ । ସ୍ୱଳ୍ପ ରୋଜଗାର ହେଲେ ମଧ୍ୟ ସୁରୁଖୁରୁରେ ପରିବାର ଚଳିଯାଉଥିଲା । କିନ୍ତୁ ସବୁଦିନ ସମାନ ଯାଏନି। ୨୦୧୯ ନଭେମ୍ବର ୧୬ ତାରିଖ ରାତି ପ୍ରାୟ ୯ଟାବେଳେ ଞ୍ଜାନରଞ୍ଜନ ହୋଟେଲ୍‌ରୁ ଘରକୁ ଫେରୁଥିଲେ । ଏହି ସମୟରେ ଏକ ଅଜଣା ଗାଡ଼ି ପଛପଟୁ ଧକ୍କା ଦେବାରୁ ଚେତାଶୂନ୍ୟ ହୋଇପଡ଼ିଥିଲେ । ସ୍ଥାନୀୟ ଲୋକେ ଘରକୁ ଖବର ଦେବା ପରେ ତାଙ୍କ ବାପା କାମାକ୍ଷାନଗର ଚିକିତ୍ସାଳୟ ନେଇଥିଲେ । ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।

ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା । କଟକରେ ଦୁଇମାସ ରହିବା ପରେ ଡାକ୍ତର ଘରକୁ ଫେରାଇ ଦେଇଥିଲେ । ଏବେ ସେ ଶଯ୍ୟାଶଶୟୀ । ଗୋଡ଼ ଦୁଇଟି ଅକାମି ହୋଇଯିବା ଯୋଗୁଁ ଠିଆ ହେବାକୁ ସକ୍ଷମ ନୁହନ୍ତି । ପୁଅକୁ ଭଲ କରିବାକୁ ଯାଇ ବାପା-ମା’ ଏକମାତ୍ର ସମ୍ବଳ ଘରଢିହ ବିକ୍ରି କରିସାରିଲେଣି । ବୟସର ଅପରାହ୍ନରେ ରୋଜଗାର କରି ଦୁଇ ଓଳି ଦୁଇ ମୁଠା ଖାଇବାକୁ ଦେବା ସମ୍ଭବ ହେଉ ନଥିବାବେଳେ ପୁଅକୁ କେମିତି ଭଲ କରିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି । ଯଦି କେହି ସହୃଦୟ ବ୍ୟକ୍ତି ବା ସରକାରୀ ବେସରକାରୀ ଅନୁଷ୍ଠାନ ଜ୍ଞାନରଞ୍ଜନଙ୍କୁ ସହାୟତାର ହାତ ବଢ଼ାଇବାକୁ ଚାହିଁବେ ତେବେ ମୋ ନଂ. ୯୬୯୨୮୪୦୫୩୪ରେ ଯୋଗାଯୋଗ କରିବାକୁ ପରିବାର ଲୋକ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking