28.1 C
Bhubaneswar
Friday, June 21, 2024
Homeଓଡିଶା୧୨ରେ ଭୁବନେଶ୍ୱରରେ ମୋଦିଙ୍କ ରୋଡ ସୋ’

୧୨ରେ ଭୁବନେଶ୍ୱରରେ ମୋଦିଙ୍କ ରୋଡ ସୋ’

ଭୁୁବନେଶ୍ୱର : ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଜୁନ୍‌ ୧୨ରେ ଥିବା ବେଳେ ସେହିଦିନ ଭୁବନେଶ୍ୱରରେ ରୋଡ ସୋ’ କରିବେ ମୋଦି । ୧୨ ତାରିଖ ଅପରାହ୍ନରେ ଭୁବନେଶ୍ୱରରେ ରୋଡ ସୋ’ କରିବେ ମୋଦି । ଜୟଦେବବିହାରରୁ ଜନତାମଇଦାନ ଯାଏଁ ରୋଡ ସୋ’ ହେବ ବୋଲି ସୂଚନା ମିଳିଛି । ସନ୍ଧ୍ୟାରେ ଜନତା ମଇଦାନରେ ପହଞ୍ଚି ପ୍ରେସମିଟ କରିବେ ପ୍ରଧାନମନ୍ତ୍ରୀ । ରାଜ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଆରମ୍ଭ ହେବାର ଅଳ୍ପ ସମୟ ପୂର୍ବରୁ ମୋଦୀ ରୋଡ୍‌ ସୋ’ କରିବେ। ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବା ପୂର୍ବରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମାସକ ବ୍ୟବଧାନରେ ରାଜଧାନୀ ଭୁବନେଶ୍ବରବାସୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ୍‌ ସୋ’ ଦେଖିବେ।

ସୂଚନାଯୋଗ୍ୟ, ଗତମାସ ୧୦ ତାରିଖରେ ମୋଦୀଙ୍କ ରୋଡ୍‌ ସୋ’ ଭୁବନେଶ୍ବରରେ ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଷ୍ଟରକ୍ୟାଣ୍ଟିନ୍‌ ଦେଇ ବିଜେପି ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ରାତି ୮ଟା ୪ ୧ ମିନିଟ୍‌ରେ ପହଞ୍ଚିଥିଲେ। କାର୍‌ରୁ ଓହ୍ଲାଇ ସ୍ବତନ୍ତ୍ର ଗାଡ଼ିରେ ଚଢ଼ିବା ପୂର୍ବରୁ ହଜାର ହଜାର ମହିଳାଙ୍କ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇଥିଲା ଜନପଥ। ମୋ…ଦୀ ମୋଦୀ, ମୋଦୀଜୀ ସ୍ବାଗତମ୍‌, ଜୟ ଶ୍ରୀରାମ, ଭାରତ ମାତା କି ଜୟ, ଅବ୍‌କି ବାର୍‌ ୪୦୦ ପାର୍‌। ଏଭଳି ଧ୍ବନିରେ କମ୍ପୁଥିଲା ଜନପଥ। ଘଣ୍ଟ, ଘଣ୍ଟା, ହୁଳହୁଳି, ପାଇକ ଆଖଡ଼ା, ଓଡ଼ିଶୀ, ଗୋଟିପୁଅ ଓ ସମ୍ବଲପୁରୀ ନୃତ୍ୟ ସୃଷ୍ଟି କରିଥିଲା ଏକ ପାରମ୍ପରିକ ପରିବେଶ। ବାରିକେଡ୍‌ ପଛରେ ଲକ୍ଷ ଲକ୍ଷ ଲୋକ ଚାହି ବସିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking