ନୂଆଦିଲ୍ଲୀ: ଆଜି ତାମିଲ ସୁପରଷ୍ଟାର ରଜନୀକାନ୍ତଙ୍କ ୭୫ତମ ଜନ୍ମଦିନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଏକ୍ସରେ ପୋଷ୍ଟ କରି ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରିଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଲେଖିଛନ୍ତି, ରଜନୀକାନ୍ତ ଯୁଗକୁ ଜୟ କରୁଥିବା କରିସ୍ମା । କେବଳ ରାଜନେତା ନୁହଁନ୍ତି ଅନେକ କଳାକାର ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଜନ୍ମଦିନର ଶୁଭେଚ୍ଛା ଥାଲାଇଭା ଏଭଳି କିଛି କହି ଅଭିନନ୍ଦନ ଜଣାଇଛନ୍ତି ଧନୁଷ । ଅଭିମେତା, ଅଭିନେତ୍ରୀମାନେ ରଜନୀକାନ୍ତହ୍କ ସହ ଫଟୋ ଉଠାଇବା ଥିବା କିଛି ଫଟୋକୁ ସୋସିଆଲ ମିଡିଆରେ ସେୟାର କରି ଅଭିନନ୍ଦନ ଜଣାଇଛନ୍ତି । ସୁପରଷ୍ଟାର ରଜନୀକାନ୍ତ ଶେଷ ଥର ପାଇଁ ନାଗାର୍ଜୁନ ଆକ୍ସିନେନି, ସୌବିନ ଶାହିର ଏବଂ ଉପେନ୍ଦ୍ରଙ୍କ ଆକ୍ସନ ଥ୍ରୀଲର କୁଲିରେ ନଜର ଆସିଥିଲେ । ସେ ପରବର୍ତ୍ତୀ ସମୟରେ ୨୦୨୩ର ହିଟ ଫିଲ୍ମ ଜେଲରର ଦ୍ୱିତୀୟ ଭାଗରେ ନଜର ଆସିବେ ବୋଲି କୁହାଯାଉଛି ।










