27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶ୩ ଦିନିଆ ପୁଲିସ ଡିଜିପି ସମ୍ମିଳନୀ, ଯୋଗଦେବେ ମୋଦୀ

୩ ଦିନିଆ ପୁଲିସ ଡିଜିପି ସମ୍ମିଳନୀ, ଯୋଗଦେବେ ମୋଦୀ

ନୂଆଦିଲ୍ଲୀ : ନୂଆଦିଲ୍ଲୀଠାରେ ରାଜ୍ୟର ପୁଲିସ ମହାନିର୍ଦେଶକଙ୍କ ସମ୍ମିଳନୀ ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ଏହି ସମ୍ମିଳନୀରେ ସମସ୍ତ ରାଜ୍ୟର ପୁଲିସ୍‌ ମହାନିର୍ଦେଶକଙ୍କ ସମେତ ସିଆର୍‌ପିଏଫ୍‌ର ମହାନିର୍ଦେଶକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଅଂଶଗ୍ରହଣ କରିଛନ୍ତି । ନୂଆଦିଲ୍ଲୀ ସ୍ଥିତ ପୁଷା ଅନୁଷ୍ଠାନରେ ଆଜି ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ସମ୍ମିଳନୀରେ ଯୋଗଦେବେ।

ଡିଜିପି ପାହ୍ୟାର ୩୫୦ରୁ ଅଧିକ ବରି​ଷ୍ଠ ପୁଲିସ ଅଧିକାରୀ ସମ୍ମିଳନୀରେ ଯୋଗ ଦେଉଛନ୍ତି। ସୂଚନା ଅନୁସାରେ, ପ୍ରଭାବଶାଳୀ ପୁଲିସିଂ ବ୍ୟବସ୍ଥା, ସାମୁଦ୍ରିକ ସୁରକ୍ଷା, ସାଇବର ସୁରକ୍ଷା, ଡ୍ରଗ୍ସ ବିରୋଧରେ ଲଢେଇ ଏବଂ ଉନ୍ନତ ସୀମା ପରିଚାଳନାରେ ଟେକ୍ନୋଲୋଜି ବ୍ୟବହାର ଆଦି ପ୍ରମୁଖ ପ୍ରସଙ୍ଗ ଉପରେ ସମ୍ମିଳନୀରେ ବିଚାର ବିମର୍ଶ କରାଯିବ। ୨୦୧୪ ପରଠାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗୃହ ମନ୍ତ୍ରଣାଳୟ ଏବଂ ଗୁଇନ୍ଦା ବ୍ୟୁରୋ ଦ୍ୱାରା ଆୟୋଜିତ ଡିଜିପି ସମ୍ମିଳନୀ ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି।  ସେ ସମସ୍ତ ଅଧିବେଶନରେ ଯୋଗ ଦେଉଛନ୍ତି ଏବଂ ବିଭିନ୍ନ ଆଲୋଚନାରେ ଭାଗ ନେଉଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking