ରାଜକୋଟ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଗୁଜରାଟର ରାଜକୋଟ୍ ସହରରେ ନବନିର୍ମିତ ଏୟାରପୋର୍ଟକୁ ଉଦ୍ଘାଟନ କରିଛନ୍ତି । ଗୁଜରାଟରେ ଏହା ପ୍ରଥମ ଗ୍ରୀନ୍ଫିଲ୍ଡ ଏୟାରପୋର୍ଟଭାବେ ମାନ୍ୟତାଲାଭ କରିଛି । ରାଜକୋଟଠାରୁ ୩୦ କିମି ଦୂର ହୀରାସାର ଅଞ୍ଚଳରେ ୧୫୦୦ ଏକର ଜମି ଉପରେ ନିର୍ମିତ ଏହି ଏୟାରପୋର୍ଟ ନିର୍ମାଣରେ ୧୪୦୫ କୋଟି ଟଙ୍କା ବ୍ୟୟ କରାଯାଇଛି । ଉକ୍ତ ଏୟାରପୋର୍ଟରେ ୩.୦୪ କିମି ଲମ୍ବ ଏବଂ ୪୫ ମିଟର ଚଉଡା ବିଶିଷ୍ଟ ରନ୍ୱେ ରହିଛି । ଏୟାରପୋର୍ଟରେ ଏକାସାଙ୍ଗରେ ୧୪ଟି ବିମାନ ରହିବା ବ୍ୟବସ୍ଥା ମଧ୍ୟ କରାଯାଇଛି । ଗୁରୁବାର ମୋଦୀ ଏହାକୁ ଉଦ୍ଘାଟନ କରିବାପରେ ଏହାର ପରିସର ବୁଲି ଦେଖିବା ସହ ବୈଷୟିକ ପ୍ରସଙ୍ଗକୁ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।