17.1 C
Bhubaneswar
Sunday, December 29, 2024
Homeବ୍ରେକୀଙ୍ଗ୩ ହଜାର 'ମୋ ସେବା କେନ୍ଦ୍ର' ଲୋକାର୍ପିତ

୩ ହଜାର ‘ମୋ ସେବା କେନ୍ଦ୍ର’ ଲୋକାର୍ପିତ

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ୧୦୫ ତମ ଜନ୍ମ ଜୟନ୍ତୀ ।  ୩ ହଜାରରୁ ଉର୍ଦ୍ଧ୍ୱ ‘ମୋ ସେବା କେନ୍ଦ୍ର’ ଓ ‘ଓଡିଶା ୱାନ’ ପୋର୍ଟାଲ ଲୋକାର୍ପିତ ହୋଇଯାଇଛି । ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପିତ କରିଛନ୍ତି । ଘର ପାଖରେ ଲୋକଙ୍କୁ ସେବା ଯୋଗାଇବା ପାଇଁ ଯୁଗାନ୍ତକାରୀ ପଦକ୍ଷେପ । ଆଗକୁ ସବୁ ପଂଚାୟତରେ ମୋ ସେବା କେନ୍ଦ୍ର ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାଦ୍ୱାରା ୮ ହଜାର ଯୁବକ ଯୁବତୀ ଆତ୍ମନିଯୁକ୍ତି ପାଇବେ । ସେବା ଓ ସମ୍ମାନ ତାଙ୍କ ସରକାରର ମୂଳମନ୍ତ୍ର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଗଣତନ୍ତ୍ରରେ ଲୋକ ମାଲିକ, ସେମାନଙ୍କୁ ସଶକ୍ତ ଓ ସମ୍ମାନ ଦେବା ଆମ ଲକ୍ଷ୍ୟ । ମୁଖ୍ୟମନ୍ତୀଙ୍କ ସଚିବ (୫ଟି) ଭି.କେ.ପାଣ୍ଡିଆନ୍ କାର୍ଯ୍ଯକ୍ରମ ସଂଚାଳନ କରିଥିଲା ବେଳେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ସଚିବ ମନୋଜ ମିଶ୍ର କାର୍ଯ୍ୟକ୍ରମ ସଂପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ସ୍ଥାନରେ ସ୍ଥାନୀୟ ସାଂସଦ ଓ ବିଧାୟକମାନଙ୍କ ସମେତ ବିଭାଗୀୟ ଉପଦେଷ୍ଟା ଅନୁଭବ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking