ଭୁବନେଶ୍ୱର : ଜନତାଙ୍କୁ ଖୋଲାଖୋଲି ଧମକ ଦେଉଛନ୍ତି ବିଧାୟିକା ପ୍ରମିଳା ମଲ୍ଲିକ । ବିଜେଡିକୁ ଭୋଟ ନଦେଲେ ଘର , ଚାଉଳ ମିଳିବ ନାହିଁ ବୋଲି ଧମକ ଦେଉଛନ୍ତି ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ । ଲୁଚା ଛପାରେ ନୁହେଁ, ନିର୍ବାଚନୀ ସଭାରେ ଖୋଲା ଖୋଲି ଧମକ ଦେଉଛନ୍ତି ବିଧାୟିକା । ଆଇନକୁ ହାତକୁ ନେଉଛନ୍ତି ଏହି ଲ ମେକର ।
ଅଳକୁଣ୍ଡ ପଞ୍ଚାୟତରେ ଆୟୋଜିତ ନିର୍ବାଚନୀ ସଭାରେ ସାଧାରଣ ଲୋକଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି ବିଧାୟିକା ପ୍ରମିଳା ମଲ୍ଲିକ । ଯଦି ସେ ଟିକେଟ ଦେଇଥିବା ପାର୍ଥୀଙ୍କୁ ଭୋଟ ଦେଲେ ଘର, ଚାଉଳ, ରାସନ ମିଳିବ ନହେଲେ ମିଳବ ନାହିଁ ।