26.1 C
Bhubaneswar
Wednesday, November 20, 2024
Homeଦେଶ ବିଦେଶହଜିଥିବା ଆଫ୍‌ଗାନ ଶିଶୁ ୫ ମାସ ପରେ ଠାବ

ହଜିଥିବା ଆଫ୍‌ଗାନ ଶିଶୁ ୫ ମାସ ପରେ ଠାବ

କାବୁଲ: ଆଜକୁ ପ୍ରାୟ ୫ ମାସ ପୂର୍ବେ ଆଫ୍‌ଗାନିସ୍ତାନର ରାଜଧାନୀ କାବୁଲ ବିମାନବନ୍ଦରରେ ନିଖୋଜ ହୋଇଥିବା ଜଣେ ୭ ମାସର ଶିଶୁକୁ ଠାବ କରାଯିବାପରେ ଶନିବାର ପିତାମାତାଙ୍କୁ ହସ୍ତାନ୍ତର କରାଯାଇଛି । ସୂଚନାଯୋଗ୍ୟ ୨୦୨୧ ଅଗଷ୍ଟ ୧୫ରେ ତାଲିବାନ ଆତଙ୍କବାଦୀ ସଂଗଠନ ଆଫ୍‌ଗାନିସ୍ତାନ ଦଖଲ କରିବାପରେ ଲକ୍ଷାଧିକ ଆଫ୍‌ଗାନ ନାଗରିକ ଦେଶ ଛାଡି ପଳାଇବାକୁ କାବୁଲ ବିମାନବନ୍ଦରରେ ଭିଡ ଜମାଇଥିଲେ । କେତେକ ଭାଗ୍ୟବାନ ନାଗରିକ ଏହି ପ୍ରୟାସରେ ସଫଳ ହୋଇଥିବାବେଳେ ଅନ୍ୟମାନଙ୍କୁ ନିରାଶ ହେବାକୁ ପଡିଥିଲା । ଏପରିକି ନିଜେ ଯାଇନପାରିଲେ ସୁଦ୍ଧା କେତେକ ପିତାମାତା ନିଜର ସନ୍ତାନଙ୍କୁ ବିମାନବନ୍ଦରର ତାରବାଡ ସେପଟକୁ ଫୋପାଡି ଦେଇଥିଲେ । ଏଭଳି ଶିଶୁଙ୍କୁ ଉଦ୍ଧାର କରି ବିଦେଶ ପଠାଇଦେବାକୁ ଏହି ଦମ୍ପତିମାନେ ପ୍ରହରାରତ ସୈନ୍ୟଙ୍କୁ ଆକୁଳ ନିବେଦନ ମଧ୍ୟ କରିଥିଲେ । ସେମାନଙ୍କର ଉଦ୍ଦେଶ୍ୟ ଥିଲା, ଆମେ ପଛେ ମରୁ, ଆମ ପିଲା କିନ୍ତୁ ବଞ୍ଚିଯାଉ । ସେତେବେଳେ ୨ ମାସର ଏହି ଶିଶୁପୁତ୍ର ସୋହେଲ ଅହମ୍ମଦିକୁ ତାଙ୍କର ପିତାମାତା ବିଦେଶ ପଠାଇବାକୁ ଉଦ୍ୟମ କରୁଥିବାବେଳେ ସେ କୌଣସି କାରଣରୁ ନିଖୋଜ ହୋଇଯାଇଥିଲା । ତେବେ ଈଶ୍ୱରଙ୍କ କୃପାରୁ ହମିଦ ସାଫି ନାମକ କାବୁଲର ଜଣେ ଟ୍ୟାକ୍ସି ଚାଳକ ସୋହେଲକୁ ପାଇ ନିଜ ଘରକୁ ନେଇଯାଇଥିଲେ । ତାଲିବାନ ଯୋଦ୍ଧାଙ୍କ ସହ ୭ ସପ୍ତାହର ଆଲୋଚନା ପରେ ସାଫି ଶିଶୁକୁ ଫେରାଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking