30.8 C
Bhubaneswar
Thursday, April 9, 2026
Homeଓଡିଶା୪ ମାସର ନିଖୋଜ ଶିଶୁ ଉଦ୍ଧାର

୪ ମାସର ନିଖୋଜ ଶିଶୁ ଉଦ୍ଧାର

ଖୋର୍ଦ୍ଧା: ନିରାକାରପୁର ଷ୍ଟେସନରୁ  ନିଖୋଜ ହୋଇଥିବା ଶିଶୁ ଉଦ୍ଧାର । ରଣପୁର  କଳାମାଟିଆରୁ ଉଦ୍ଧାର କଲା GRP ପୁଲିସ । ଗତକାଲି ମାଆ କୋଳରୁ ହୋଇଥିଲା ନିଖୋଜ । ପିଲାଚୋରି ନାଟକର ମୁଖ୍ୟ କାର୍ପଟଦାର ନିଜେ ଶିଶୁର ବାପା ପ୍ରଶାନ୍ତ ପ୍ରଧାନ ବୋଲି ସୂଚନା । ପ୍ରଶାନ୍ତ ତାଙ୍କ ପ୍ରଥମ ପତ୍ନୀକୁ ଡକାଇ ଦେଇଦେଇଥିବା ସନ୍ଦେହ। ଗତକାଲି ଖୋର୍ଦ୍ଧା ରେଳ ଡିଭିଜନ ନିରାକାରପୁର ରେଳ ଷ୍ଟେସନ ପରିସରରୁ ୪ମାସର ଶିଶୁପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଶିଶୁର ବାପା-ମା’ ପ୍ଲାଟଫର୍ମରେ ବିଶ୍ରାମ ନେଉଥିବା ସମୟରେ ଏହି ଘଟଣା ଘଟିଥିଲା । ଏନେଇ ନିରାକାରପୁର ରେଳବାଇ ପୁଲିସରେ ଅଭିଯୋଗ କରିଥିଲେ ବାପା-ମାଆ । ନୟାଗଡ଼ ଜିଲ୍ଲା ରଣପୁର ଥାନା କଳାମାଟିଆ ଗ୍ରାମର ପ୍ରଶାନ୍ତ ପ୍ରଧାନଙ୍କ ସ୍ତ୍ରୀ ଚିନୁଲତା ପରିଡା ଓ ତାଙ୍କର ୪ମାସର ଶିଶୁପୁତ୍ର ଟ୍ରେନ ଯୋଗେ ତାମିଲନାଡୁ ଯିବାର ଥିଲା । ସେମାନେ ପ୍ରଥମେ କାଳୁପଡ଼ାଘାଟ ଷ୍ଟେସନରେ ପହଞ୍ଚିଥିଲେ । ପରେ ସେଠାରୁ ଡିଏମୟୁ ଟ୍ରେନ୍ ଯୋଗେ  ନିରାକାରପୁର ଷ୍ଟେସନ ଆସିଥିଲେ । ତିନି ନମ୍ବର ପ୍ଲାଟଫର୍ମରେ ବିଶ୍ରାମ ନେଉଥିବାବେଳେ ମାତାଙ୍କୁ ନିଦ ଆସି ଯାଇଥିଲା । ଏହାର ସୁଯୋଗ ନେଇ ମା’ କୋଳରୁ ଶିଶୁପୁତ୍ରକୁ ନେଇଯାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking