31.1 C
Bhubaneswar
Friday, September 20, 2024
Homeଦେଶ ବିଦେଶକରୋନା ପାଇଁ ଅଟକିଲା ମିସ୍ ୱାର୍ଲ୍ଡ ପ୍ରତିଯୋଗିତା

କରୋନା ପାଇଁ ଅଟକିଲା ମିସ୍ ୱାର୍ଲ୍ଡ ପ୍ରତିଯୋଗିତା

ନୂଆଦିଲ୍ଲୀ : ମହାମାରୀ କରୋନା ପାଇଁ ଅଟକିଲା ମିସ୍ ୱାର୍ଲ୍ଡ ୨୦୨୧ ପ୍ରତିଯୋଗିତା । ଏହି ପ୍ରତିଯୋଗିତାର ଫାଇନାଲ puerto reco ରେ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ଏକାଧିକ ପ୍ରତିଯୋଗୀଙ୍କୁ କରୋନା ହୋଇଥିବା ସୂଚନା ମିଳିଛି । ପ୍ରତିଯୋଗୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ କାର୍ଯ୍ୟକ୍ରମକୁ ପରବର୍ତ୍ତୀ ନିଷ୍ପତ୍ତି ଯାଏ ବନ୍ଦ ରଖାଯାଇଛି ।

ସୂଚନା ଅନୁଯାୟୀ ପଜିଟିଭ ଚିହ୍ନଟ ହୋଇଥିବା ପ୍ରତିଯୋଗୀଙ୍କ ମଧ୍ୟରେ ଭାରତୀୟ ସୁନ୍ଦରୀ ମାନସା ବାରଣାସୀ ରହିଛନ୍ତି । ଆୟୋଜକଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ପ୍ରତିଯୋଗୀ, କ୍ରୁ, ଷ୍ଟାଫ ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୬ ତାରିଖରେ ହେବାକୁ ଥିବା ମିସ୍ ୱାର୍ଲ୍ଡ ୨୦୨୧ ଫାଇନାଲକୁ ସ୍ଥଗିତ ରଖାଯାଇଛି । ଆସନ୍ତା ୯୦ ଦିନ ମଧ୍ୟରେ ଏହାର ଫାଇନାଲ ଡେଟ ଘୋଷଣା କରାଯିବା । ପ୍ରତିଯୋଗୀ ଓ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ ୧୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୨୦୨୦ ମିସ ଇଣ୍ଡିଆ ମାନସା ବି ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking