29.1 C
Bhubaneswar
Sunday, November 17, 2024
Homeଅପରାଧ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା: ଦୋଷୀକୁ ଜରିମାନା ସହ ଫାଶୀ ଦଣ୍ଡାଦେଶ ଶୁଣାଇଲେ...

୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା: ଦୋଷୀକୁ ଜରିମାନା ସହ ଫାଶୀ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ଥିରୁଅନନ୍ତପୁରମ: ଶେଷରେ ନ୍ୟାୟ ପାଇଲେ ଦୁଷ୍କର୍ମ ପୀଡିତାଙ୍କ ପରିବାର ବର୍ଗ । କେରଳର ଅଲୁଭା ଅଞ୍ଚଳରେ ଜଣେ ୫ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଏବଂ ହତ୍ୟା ଅଭିଯୋଗରେ ଦୋଷୀକୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି । କୋର୍ଟ ଅଭିଯୁକ୍ତ ଅସଫାକ୍କୁ ପକ୍ସୋ ଆକ୍ଟ , ଆଇପିସିର ବିଭିନ୍ନ ଧାରା ଏବଂ ଜୁଭେନାଇଲ ଜଷ୍ଟିସ୍ ଆକ୍ଟ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି । ପକ୍ସୋ ଆକ୍ଟ ଏବଂ ଆଇପିସି ଧାରା ଅଧିନର ୫ଟି ସେକ୍ସସନ ଆଧାରରେ ଦଣ୍ଡ ବିଧାନ କରାଯାଇଛି । ପକ୍ସୋ ଓ ଆଇପିସିର ୫ଟି ଧାରା ଅନୁସାରେ ତାଙ୍କୁ ଆଜୀବନ କାରା ଦଣ୍ଡରେ ଦଣ୍ଡିତ କରାଯାଇଛି । କୋର୍ଟ ତାଙ୍କୁ ପ୍ରମାଣ ନଷ୍ଟ ଅପରାଧରେ ୫ ବର୍ଷ, ନାବାଳିକାଙ୍କୁ ନିଶା ଦେବା ଅପରାଧରେ ୩ ବର୍ଷ, ନାବାଳିକାକୁ ଦୁଷ୍କର୍ମ ପାଇଁ ଆଜୀବନ କାରାଦଣ୍ଡ ଏବଂ ଦୁଷ୍କର୍ମ ପରେ ହତ୍ୟା ପାଇଁ ଫାଶୀଦଣ୍ଡର ଆଦେଶ ଦେଇଛନ୍ତି । ଏହା ଛଡ଼ା ୭୭୦୦୦୦ ଟଙ୍କାର ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାଟି କେରଳ ରାଜ୍ୟର ଏର୍ଣ୍ଣାକୁଲମ୍ ଜିଲ୍ଲା ଅଲୁଭା ମ୍ୟୁନିସିପାଲଟିର ।

୨୫ ଜୁଲାଇ, ରାତି ପ୍ରାୟ ୨ଟା ବେଳେ ଶିଶୁକନ୍ୟାକୁ ତାଙ୍କ ଘରୁ ଅପହରଣ କରି ଦୁଷ୍କର୍ମ କରାଯଇଥିଲା । ଦୁଷ୍କର୍ମ ପରେ ହତ୍ୟା କରି ସ୍ଥାନୀୟ ଅଞ୍ଚଳର ମାର୍କେଟ ପାଖ ଏକ ନିଛାଟିଆ ସ୍ଥାନରେ ଫୋପାଡ଼ି ଦେଇଥିଲା । ପରିବାର ଲୋକ ପଚରାଉଚରା ପରେ ଶିଶୁଟିର ମୃତଦେହ ପାଇଥିଲେ । ଶିଶୁଟିର ଅପହରଣ ବେଳେ କିଛି ସ୍ଥାନିୟ ବାସିନ୍ଦା ଦେଖିଥିବାର ସୂଚନା ମିଳିଛି । ଶିଶୁଟିର ପରିବାର ଛୋଟମୋଟ କାମ କରି ପରିବାର ପୋଷଣ କରିଆସୁଛନ୍ତି । ଘଟଣାର ତଦନ୍ତ ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ଅଭିଯୁକ୍ତଙ୍କ ବିରୁଦ୍ଧରେ ସେପ୍ଟେମ୍ବର ୧୬ରେ ର୍ଚାଜ୍ ଫ୍ରେମ କରାଯାଇଥିଲା । ଅକ୍ଟୋବର ୪ରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଶୁଣାଣି ଆରମ୍ଭ ହୋଇଥିଲା । ନଭେମ୍ବର ୪ରେ ସେ ଦୋଷୀ ସାବ୍ୟସ୍ତ କରାଯାଇ ରାୟ ସଂରକ୍ଷିତ ରଖାଯାଇଥିବା ବେଳେ ଆଜି କୋର୍ଟ ଦଣ୍ଡାଦେଶ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking