ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅଙ୍କରାନ୍ତିପୁର ଅଞ୍ଚଳର ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ବ୍ଲାକମେଲିଂ କରି ବାରମ୍ବାର ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୀଡ଼ିତାଙ୍କ ପରିବାର ଲୋକ ୨ ଯୁବକଙ୍କୁ କାବୁକରି ସଦର ପୁଲିସର ଜିମା ଦେବାର ୩ ଦିନ ପରେ ପୁଲିସ ଆଜି ମାମଲା ରୁଜୁ ଅଭିଯୁକ୍ତ ବାବୁନା ରାଉତ ଓ ରାକେଶ ବେହେରାଙ୍କୁ କୋର୍ଟ ଚାଲାଣ କରିଛି ।
ସୂଚନା ଅନୁଯାୟୀ, ଅଙ୍କରାନ୍ତିପୁରର ବାବୁନା ରାଉତ ତାଙ୍କୁ ଭଲପାଉଥିବାବେଳେ ପରେ ଦୁଷ୍କର୍ମ କରିଥିଲା । ଏହାର ଭିଡିଓ ରାକେଶ ବେହେରା ଉତ୍ତୋଳନ କରିନେଇଥିବା ପିଡୀତାଙ୍କୁ ବାବୁନା କହିଥିଲା । ରାକେଶ ଏ ନେଇ ପୀଡ଼ିତାଙ୍କୁ ଭୟଭୀତ କରାଇ ବାବୁନାଙ୍କ ସହାୟତାରେ ପିଡୀତାଙ୍କୁ ଉଭୟ ବାରମ୍ବାର ଦୁଷ୍କର୍ମ କରିବାକୁ ପଛାଇ ନଥିଲେ । ଏନେଇ ପିଡୀତାଙ୍କ ପରିବାର ପକ୍ଷରୁ ଗତ ବୁଧବାର ୨ଅଭିଯୁକ୍ତଙ୍କୁ କାବୁ କରି ସଦର ପୁଲଲିସ୍ ଜିମା ଦେଇଥିଲେ ମଧ୍ୟ ପୁଲିସ ଘଟଣାକୁ ରଫାଦଫା କରିବାକୁ ଉଦ୍ୟମକରି ବିଫଳ ହେବାରୁ ଆଜି ମାମଲା ରୁଜ୍ଜୁ କରିଥିବା ଜଣାଯାଇଛି । ଏନେଇ ପୁଲିସ୍ ଆଜି ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଇବା ସହ ଅଭିଯୁକ୍ତ ବାବୁନା ଓ ରାକେଶଙ୍କ ନାମରେ ଏକ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରିଥିଲା । ସେମାନଙ୍କ ଜାମିନ ନାମଞ୍ଜୁର ପରେ ଜେଲ୍ ହାତଜକୁ ପଠାଇ ଦିଆଯାଇଛି ।