25.1 C
Bhubaneswar
Thursday, March 5, 2026
Homeଓଡିଶାନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା : ପୀଡିତାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇଲା ପୋଲିସ

ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା : ପୀଡିତାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇଲା ପୋଲିସ

କୋରାପୁଟ :ବୁଢୀ ଠାକୁରାଣୀ ଯାତ୍ରାରୁ ଅପହରଣ ପରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ ଓଡ଼ିଆପେଣ୍ଠ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଅଞ୍ଚଳରେ ଚାଲିଥିବା ବୁଢୀ ଠାକୁରାଣୀଙ୍କ ଯାତ୍ରା ବୁଲିବାକୁ ଯାଇଥିଲେ ନାବାଳିକା।  ନାଟକ ଦେଖିବା ସକାଶେ ଆଖପାଖ ଗାଁର ହଜାର ହାଜର ଲୋକଙ୍କ ସମାଗମ ହୋଇଥିଲା। ବିଳମ୍ବିତ ରାତିରେ ନାଟକ ଚାଲିଥିବା ବେଳେ ଜଣେ ନାବାଳିକା ତାଙ୍କ ସାଙ୍ଗ ସହ ଅଳ୍ପ ଦୂରରେ ବୁଲୁଥଲେ। ଏହି ସମୟରେ  ୪ ଜଣ ଯୁବକ ସେମାନଙ୍କୁ ଅତର୍କିତ ଆକ୍ରମଣ କରି ନାବାଳିକାକୁ ପାହାଡ ଉପରକୁ ଉଠାଇନେଇଥିଲେ। ଆଉ ସେଠାରେ ଜଣଙ୍କ ପରେ ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ। ଏନେଇ ଲକ୍ଷ୍ମୀପୁର ଥାନାରେ ଅଭିଯୋଗ  ପରେ ପୁଲିସ ୪ ଜଣଙ୍କୁ ଉଠାଇ ଆଣି ପଚରାଉଚରା କରୁଛି। ଆଜି ସକାଳୁ ୧୪ ବର୍ଷିଆ ପିଡୀତାଙ୍କୁ ଡାକ୍ତରୀମାଇନା ସକାଶେ କୋରାପୁଟ ମେଡିକାଲ ପଠାଯାଇଛି।  ପୁଲିସ ଘଟଣା ଉପରେ ଅଧିକ ତଦନ୍ତ ଜାରି ରଖିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking