ସୀତାପୁର: ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାରେ ରବିବାର ରାତିରେ ଗୋଟିଏ ଦ୍ରୁତଗାମୀ ମିନିଟ୍ରକ୍ ଲୋକଙ୍କ ଉପରେ ମାଡିଯିବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଗୁରୁତର ଅନ୍ୟ ତିନିଜଣଙ୍କୁ ଲକ୍ଷ୍ନୌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଦୁଇଜଣ ଆଇସକ୍ରିମ ବିକ୍ରେତା ଓ ଜଣେ ଫଳ ଦୋକାନୀ ଅନ୍ତର୍ଭୁକ୍ତ । ପୁଲିସ ମିନିଟ୍ରକ୍ର ନିଶାଗ୍ରସ୍ତ ଡ୍ରାଇଭରକୁ ଗିରଫ କରିଥିବାବେଳେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।