19.1 C
Bhubaneswar
Monday, November 25, 2024
Homeଓଡିଶାମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ନବରଙ୍ଗପୁର : ନବରଙ୍ଗପୁର ମିଶନ ଶକ୍ତି ସଭା ଗୃହରେ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର କୋଭିଡ ନିୟନ୍ତ୍ରଣ ଓ ପରିଚାଳନା ବିଷୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ,ବିଧାୟକ ନବରଙ୍ଗପୁର ସଦାଶିବ ପ୍ରଧାନୀ,ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ,ଡାବୁଗାଁ  ବିଧାୟକ ମନୋହର ରନ୍ଧାରୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷକ୍ଷ ନିବେଦିତା ମହାନ୍ତି,ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ପ୍ରକଳ୍ପ ନିର୍ଦେଶକ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ରତ୍ନାକର ସାହୁ,ଉପ ଜିଲ୍ଲାପାଳ ଅଗ୍ରୱାଲ ଅକ୍ଷୟ ସୁନିଲ,ଡେପୁଟି ଜିଲ୍ଲାପାଳ ମୌସୁମୀ ନାୟକ, ଜିଲ୍ଲା ଲୋକସମ୍ପର୍କ ସୂଚନା ଅଧିକାର, ହଳଦର ନିଆଳ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଚୌଧୁରୀ ଶୋଭାରଣୀ ମିଶ୍ର,ଜିଲ୍ଲା ଶ୍ରମ ଅଧିକାରୀ ନରେନ୍ଦ୍ର ଗାଇପାଇ ପ୍ରମୁଖ ଉପସ୍ଥିତ ଥିଲେ । କରୋନା ର ଦ୍ୱିତୀୟ ଲହରୀ ର ସଫଳ ମୁକାବିଲା ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକୋମଳରେ ଆସନ୍ତା ୧୫ ତାରିଖ ଦିନ ସନ୍ଧ୍ୟା ୫.୩୦ ସମୟରେ ଉନ୍ମୋଚନ କରି ସମସ୍ତ ଯୋଗ୍ୟ ନିର୍ମାଣ ଶ୍ରମିକଙ୍କୁ ୧୫୦୦/- ଟଙ୍କା ର ସ୍ୱତନ୍ତ୍ର କରୋନା ସହାୟତା ପ୍ରଦାନ କରିବା ନିମନ୍ତେ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରକାଶ ଥାଉକି ଜିଲ୍ଲା ଶ୍ରମ ଅଧିକାରୀ ନରେନ୍ଦ୍ର ଗଇପାଇଙ୍କ ତଥ୍ୟ ଅନୁଯାୟୀ ନବରଙ୍ଗପୁର ଜିଲ୍ଲାର ୫୮,୬୨୮ ନିର୍ମାଣ ଶ୍ରମିକ ଏହି ଯୋଜନାରେ ଲାଭବାନ ହୋଇପାରିବେ । କରୋନା ର ଦ୍ୱିତୀୟ ଲହରୀ ରେ ନବରଙ୍ଗପୁର ଜିଲ୍ଲାକୁ ୩୫୫୫ ଜଣ ପ୍ରବାସୀ ଶ୍ରମିକ ନିଜ ଭିଟାମାଟି କୁ ଫେରିଛନ୍ତି । ସେମାନଙ୍କ ଯୋଗ୍ୟତା ର ମାପକାଠି ଅନୁଯାୟୀ ସେମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ପଞ୍ଜିକରଣ କରାଯାଇ ସହାୟତା ପ୍ରଦାନ କରିବାର ବ୍ୟବସ୍ଥା ଗ୍ରହଣ କରାଯିବ । ଏଯାବତ ୨୫୪ ଜଣ ପ୍ରବାସୀ ଶ୍ରମିକଙ୍କୁ କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସାମିଲ କରାଯାଇଛି । ସେହିପରି କୋଭିଡ ଯୋଗୁଁ ଜିଲ୍ଲାରେ ୩୧୯ ଜଣ ଶିଶୁ ଅନାଥ କିମ୍ବା ପିତା ହିନ ଚିହ୍ନଟ ହୋଇଛନ୍ତି,ତନ୍ମଧ୍ୟରୁ ରାଜ୍ୟ ସରକାରଙ୍କ ଆଶୀର୍ବାଦ ଯୋଜନାରେ ୧୪୪ ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ବଳକା ୧୭୫ ଜଣକୁ ଯୋଜନାରେ ସାମିଲ କରିବା ପାଇଁ ପ୍ରୟାସ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking