20.1 C
Bhubaneswar
Monday, November 18, 2024
Homeଓଡିଶାପ୍ରଭୁ ଲିଙ୍ଗରାଜ ଓ ଶୁକଶାରୀ ମନ୍ଦିର ପାଶ୍ୱର୍ରେ ଥିବା ପ୍ରାଚୀନ ମନ୍ଦିରର ପୁନଃଉଦ୍ଧାର ପାଇଁ ଏଏସଆଇର...

ପ୍ରଭୁ ଲିଙ୍ଗରାଜ ଓ ଶୁକଶାରୀ ମନ୍ଦିର ପାଶ୍ୱର୍ରେ ଥିବା ପ୍ରାଚୀନ ମନ୍ଦିରର ପୁନଃଉଦ୍ଧାର ପାଇଁ ଏଏସଆଇର ବିଶେଷଜ୍ଞ ଦଳ ପଠାଯାଉ – ଧର୍ମେନ୍ଦ୍ର ପ୍ରଧାନ

 ଏ ପ୍ରସଙ୍ଗରେ ତୁରନ୍ତ ବ୍ୟକ୍ତିଗତ ହସ୍ତକ୍ଷେପ କରି ଏଏସଆଇର ବିଶେଷଜ୍ଞ ଦଳ ଭୁବନେଶ୍ୱର
ପଠାଇବାକୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ
 ଏହା ଦ୍ୱାରା ଲିଙ୍ଗରାଜ ଓ ଶୁକଶାରୀ ମନ୍ଦିର ପାଶ୍ୱର୍ରେ ଥିବା ଭୂମି ତଳେ ଥିବା ଐତିହାସିକ ଢ଼ାଂଚାର
ପୁନଃଉଦ୍ଧାର ହୋଇପାରିବ
 ଏଏସଆଇ ନିକଟରେ ଆବିଷ୍କାର କରିଥିବା ଦୁଇଟି ଢ଼ାଂଚା ଶାରୀ ମନ୍ଦିରର ଭଗ୍ନାବଶେଷ ବୋଲି
ଜଣାପଡିଛି
 ପାରିପାଶ୍ୱର୍ିକ ସ୍ଥିତିରୁ ଏହି ମନ୍ଦିରର ଭୂମି ତଳେ ଅନେକ ଗୁଡ଼ିଏ ଐତିହାସିକ ଢାଂଚାର ଆଶଙ୍କା
କରାଯାଉଛି
 ଓଡ଼ିଶାର ପ୍ରଚୀନ କାର୍ତିରାଜୀକୁ ସୁରକ୍ଷିତ ରଖିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉ

ନୂଆଦିଲ୍ଲୀ/ଭୁବନେଶ୍ୱର : ଦେଶର ସମୃଦ୍ଧ ସଂସ୍କୃତି ଏବଂ ଐତିହ୍ୟ ଭାସ୍କର୍ଯ୍ୟର
ସଂରକ୍ଷଣ କରିବା ଦିଗରେ ଭୁବନେଶ୍ୱରର ଏକାମ୍ର କ୍ଷେତ୍ର ବିଶେଷ ଭାବରେ ପ୍ରଭୁ ଲିଙ୍ଗରାଜ ଓ ଶୁକଶାରୀ
ମନ୍ଦିର ଚତୁଃପାଶ୍ୱର୍ରେ ଥିବା ଶତାବ୍ଦୀ ଶତାବ୍ଦୀର ପ୍ରଚୀନ ମନ୍ଦିରର ସୁରକ୍ଷା ଓ ପୁନଃଉଦ୍ଧାର ପାଇଁ ତୁରନ୍ତ
ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଶନିବାର କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ
ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ଭାରତୀୟ ପ୍ରତ୍ନତତ୍ୱ ବିଭାଗ
(ଏଏସଆଇ)ର ବିଶେଷଜ୍ଞ ଦଳକୁ ଭୁବନେଶ୍ୱର ପଠାଇବାକୁ ନିର୍ଦ୍ଦେଶ ଦେବା ସହ ଏହି କ୍ଷେତ୍ରର ଖନନ କରି
ବିସ୍ତୁତ ଭାବରେ ଗବେଷଣା କରିବା ଦିଗରେ ହସ୍ତକ୍ଷେପ କରିବାକୁ ଶ୍ରୀ ପ୍ରଧାନ ପତ୍ର ଜରିଆରେ ଅନୁରୋଧ
କରିଛନ୍ତି ।
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ନିକଟରେ ଏଏସଆଇର ଭୁବନେଶ୍ୱର ଶାଖା ଦ୍ୱାରା
ମନ୍ଦିରମାଳିନୀ ଭୁବନେଶ୍ୱର ସହରର ଏକାମ୍ର କ୍ଷେତ୍ରରେ ଥିବା ଶୁକଶାରୀ ମନ୍ଦିର ନିକଟ ୨ ଏକର ଜମିରେ
ଖନନ କାର୍ଯ୍ୟ ଚାଲିଥିବା ବେଳେ ଶାରୀ ମନ୍ଦିରର ଉତର-ପଶ୍ଚିମ କୋଣରେ ଥିବା ସୋମବଂଶୀ ସମୟର
ଦଶମ ଶତାବ୍ଦୀ ଏବଂ ଏକାଦଶ ଶତାବ୍ଦୀର ଅମୂଲ୍ୟ ଭଗ୍ନାବଶେଷ ବାହାରିଛି ।
ଏଏସଆଇ ନିକଟରେ ଦୁଇଟି ଢ଼ାଂଚା ଆବିଷ୍କାର କରିଛି, ଯାହା ଶାରୀ ମନ୍ଦିରର ଭଗ୍ନାବଶେଷ ବୋଲି
ଜଣାପଡୁଛି । ଏସଏସଆଇର ବିଶେଷଜ୍ଞମାନେ ମିଳିଥିବା ତଥ୍ୟନୁସାରେ ମତ ଦେଇଛନ୍ତି ଯେ, ଶାରି ମନ୍ଦିର
ପଂଚାୟତନ ଢାଂଚାରେ ନିର୍ମାଣ ହୋଇଛି । ଯାହା ଚାରୋଟି ଛୋଟ ଛୋଟ ମନ୍ଦିର ପରିସରଭୃକ୍ତ ରହିଛି ।
ପାରିପାଶ୍ୱର୍ିକ ସ୍ଥିତିରୁ ଏହା ମନେହେଉଛି ଯେ ଏକାମ୍ର କ୍ଷେତ୍ରରେ ଭୂମି ତଳେ ଅନେକ ଗୁଡ଼ିଏ ଐତିହାସିକ
ଢାଂଚାର ଆଶଙ୍କା କରାଯାଉଛି ।
ଭୁବନେଶ୍ୱର ସ୍ଥିତ ଶୁକସାରୀ ମନ୍ଦିର ଏବଂ ପ୍ରଭୁ ଲିଙ୍ଗରାଜ ମନ୍ଦିର ପୂରାତନ କୀର୍ତିରାଜି ଏବଂ ପ୍ରତ୍ନତତ୍ୱ
ବିଭାଗ ଓ ଭଗ୍ନାବଶେଷ ଆଇନ (ଏମଏଏସଆର) ଅଧୀନରେ ଏଏସଆଇ ଦ୍ୱାରା ସୁରକ୍ଷିତ ରଖାଯାଇଛି ।
ତେଣୁ ଅମୂଲ୍ୟ ପୂରାତନ ଓଡ଼ିଶାର ପ୍ରଚୀନ କୀର୍ତିରାଜିକୁ ସୁରକ୍ଷିତ ରଖିବା ପାଇଁ ତୁରନ୍ତ ପଦକ୍ଷେପ ନେବାର
ଆବଶ୍ୟକତା ରହିଛି ।
ଓଡ଼ିଶାର ପ୍ରାଚୀନ ମନ୍ଦିରର ସ୍ଥାପତ୍ୟ, କାରୁକାର୍ଯ୍ୟସମ୍ପନ୍ନ, ସାମାଜିକ ସଂସ୍କୃତି ଓ ଧାର୍ମିକ ମହତ୍ୱକୁ ଧ୍ୟାନରେ
ରଖି ଭୁବନେଶ୍ୱର ଏକାମ୍ର କ୍ଷେତ୍ର ବିଶେଷ ଭାବରେ ପ୍ରଭୁ ଲିଙ୍ଗରାଜ ଓ ଶୁକଶାରୀ ମନ୍ଦିର ନିକଟକୁ ଏକ
ଏଏସଆଇର ବିଶେଷଜ୍ଞ ଦଳକୁ ପଠାଇବାକୁ ନିର୍ଦ୍ଦେଶ ଦେବା ପାଇଁ ଶ୍ରୀ ପ୍ରଧାନ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ
ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଅନୁରୋଧ କରିଛନ୍ତି । ଏହା ଦ୍ୱାରା ଏଠାରେ ଭୂମି ତଳେ ଥିବା
ଐତିହାସିକ ଢ଼ାଂଚାର ପୁନଃଉଦ୍ଧାର ନିର୍ଦ୍ଧାରିତ ସମୟ ମଧ୍ୟରେ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ
ପତ୍ରରେ ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking