ନୂଆଦିଲ୍ଲୀ/ଭୁବନେଶ୍ୱର – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ
ସୋମବାର ଏନବିସିସି ବା ଜାତୀୟ ଜୈବ ଇନ୍ଧନ ସମନ୍ୱୟ କମିଟି ଦ୍ୱାରା ଏକ ବୈଠକ
ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ଜାତୀୟ ଖାଦ୍ୟ ନିଗମ(ଏଫସିଆଇ) ସହିତ ଉପଲବ୍ଧ ବଳକା ଚାଉଳକୁ
ବ୍ୟବହାର କରି ତଥା ଇଥାନଲ ମିଶ୍ରିତ ପେଟ୍ରୋଲ(ଇବିଏପ୍) ଦ୍ୱାରା ଆଲକୋହଲ୍ ଆଧାରିତ
ହ୍ୟାଣ୍ଡ୍ ସାନିଟାଇଜର ପ୍ରସ୍ତୁତ କରାଯାଇ ପାରିବା ନିଷ୍ପତିକୁ ମଞ୍ଜୁରି ପ୍ରଦାନ କରାଯାଇଛି ।
ଜୈବଇନ୍ଧନ ଜାତୀୟ ପଲିସି ଅନୁଯାୟୀ ଏହାକୁ ମଞ୍ଜୁରି ପ୍ରଦାନ କରାଯାଇଛି ବୋଲି ଶ୍ରୀ
ପ୍ରଧାନ କହିଛନ୍ତି ।
https://onakhabar.com/2020/04/20/women-self-help-group/