29.1 C
Bhubaneswar
Thursday, May 7, 2026
Homeଓଡିଶାଆନ୍ତର୍ଜାତୀୟ ବ୍ୟାଘ୍ର ଦିବସରେ ଶିମିଳିପାଳ ସୁରକ୍ଷା ପାଇଁ ମିନି ମାରାଥନ୍

ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସରେ ଶିମିଳିପାଳ ସୁରକ୍ଷା ପାଇଁ ମିନି ମାରାଥନ୍

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାର ଗର୍ବ ଓ ଗୌରବ ଶିମିଳିପାଳ ଅଭୟାରଣ୍ୟ ପାଇଁ ଖୁସି ଖବର। ବିଶ୍ବର ପ୍ରଥମ କଳାବାଘ ସଫାରି ନିର୍ମାଣ ପାଇଁ ମିଳିଛି ସବୁଜ ସଙ୍କେତ। ଅନ୍ୟପଟେ ଏହି ଖୁସିକୁ ଦ୍ଵିଗୁଣିତ କରିବାକୁ ପଦକ୍ଷେପ ନେଇଛି ବନବିଭାଗ। ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ ଉପଲକ୍ଷେ ଶିମିଳିପାଳ ଓ ବାଘ ସଂରକ୍ଷଣ ନିମନ୍ତେ ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ, ଯଶିପୁର ପକ୍ଷରୁ ଲୋକଙ୍କୁ ସଚେତନତାର ବାର୍ତ୍ତା ପହଞ୍ଚାଇବା ପାଇଁ ଏକ ମିନି ମାରାଥନ ଆୟୋଜିତ ହୋଇଯାଇଛି । ଆଜି ସକାଳୁ ଯଶିପୁର ସ୍ଥିତ ଖଇରୀ ନିବାସରେ ଥିବା ବାଘରାଣୀ ଖଇରୀର ସମାଧିସ୍ଥଳରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା । ପରେ ମାରାଥନରେ ଅଂଶ ଗ୍ରହଣକାରୀଙ୍କୁ ନେଇ ୫ କି.ମି. ମିନି ମାରାଥନର ଆରମ୍ଭ ହୋଇ ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟରେ ଶେଷ ହୋଇଥିଲା । ଏହି ମାରାଥନରେ ସ୍କୁଲ କଲେଜ ଛାତ୍ରଛାତ୍ରୀ ସମେତ ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ ମାନେ ମଧ୍ୟ ବେଶ ଆଗ୍ରହର ସହ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଛି ।
ଅନ୍ୟପଟେ ମୟୂରଭଞ୍ଜ ଜିଲ୍ଲା ପାଇଁ ଆସିଛି ଏକ ବଡ଼ ଖୁସି ଖବର। ଜିଲ୍ଲାର ସଦମହକୁମା ବାରିପଦା ସହର ଉପକଣ୍ଠ ସ୍ଥିତ ମଞ୍ଚାବନ୍ଧା ଠାରେ ବିଶ୍ବର ପ୍ରଥମ କଳାବାଘ ସଫାରି ନିର୍ମାଣ ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କତ୍ତୃପକ୍ଷ (ସିଜେଡଏ)ଙ୍କ ପକ୍ଷରୁ ମିଳିଛି ସବୁଜ ସଙ୍କେତ। ତେବେ ଏଠାରେ ଚିଡ଼ିଆଖାନା ସହିତ ବାଘଙ୍କ ପାଇଁ ରେସ୍କ୍ୟୁ ସେଣ୍ଟର ଏବଂ ସ୍ଵତନ୍ତ୍ର ଡାକ୍ତରଖାନା ରହିବାର ବ୍ୟବସ୍ଥା ରହିଛି। ସେହିପରି ଦେଶରେ ୧୦ଟି କଳାବାଘ ରହିଥିବା ବେଳେ ସମସ୍ତେ ବିରଳ ମେଲାନିଷ୍ଟିକ ପ୍ରଜାତିର କଳାବାଘ ଶିମିଳିପାଳ ଅଭୟାରଣ୍ୟରେ ହିଁ ରହିଛନ୍ତି। ଯୋଉଥିପାଇଁ ଶିମିଳିପାଳ ଅଭୟାରଣ୍ୟ ବିଶ୍ଵ ଦରବାରରେ ପ୍ରଶଂସା ସାଉଣ୍ଟିଥିବା ବେଳେ ଏହାକୁନେଇ ପର୍ଯ୍ୟଟନ ଶିଳ୍ପର ମାନ୍ୟତା ପାଇଁ ବିଶ୍ବର ପ୍ରଥମ କଳାବାଘ ସଫାରୀ ଶିମିଳିପାଳ ଅଭୟାରଣ୍ୟରେ ହେଉଛି। ଏହା ବନ୍ୟଜନ୍ତୁ ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking