27.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଚୀନ୍ ବିମାନବନ୍ଦରରେ ମେସି ହଟହଟା

ଚୀନ୍ ବିମାନବନ୍ଦରରେ ମେସି ହଟହଟା

ବେଜିଂ : ଏଠାକାର ୱାର୍କର୍ସ ଷ୍ଟାଡିୟମ୍‌ଠାରେ ଆର୍ଜେଣ୍ଟିନା ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବ । ଏହି ମ୍ୟାଚ୍‌ରେ ଭାଗ ନେବା ସକାଶେ ଗତ ୧୦ ତାରିଖରେ ଆର୍ଜେଣ୍ଟିନା ଦଳର ଅଧିନାୟକ ଲିଓନେଲ୍ ମେସି ବେଜିଂ ବିମାନବନ୍ଦରରେ ପହଞ୍ଚିଥିଲେ ହେଁ ସେଠାରେ ତାଙ୍କୁ ବେଶ୍ ହଟହଟା ହେବାକୁ ପଡ଼ିଥିବା ଜଣାପଡ଼ିଛି । ବିମାନବନ୍ଦରରେ ପହଞ୍ଚିବା ପରେ ମେସିଙ୍କୁ ଚାଇନିଜ୍ ବର୍ଡର ପୁଲିସ୍ ଅଟକ ରଖିଥିଲା ।

ମିଳିଥିବା ରିପୋର୍ଟ ଅନୁସାରେ, ମେସିଙ୍କ ଭିସା ମିଳିବାରେ ଯଥେଷ୍ଟ ବିଳମ୍ବ ହୋଇଥିଲା । କାରଣ ସେ ଆର୍ଜେଣ୍ଟିନା ପାସ୍‌ପୋର୍ଟ ପରିବର୍ତ୍ତେ ସ୍ପେନ୍ ପାସପୋର୍ଟରେ ଯାତ୍ରା କରିଥିଲେ । ଉକ୍ତ ସ୍ପେନ୍ ପାସ୍‌ପୋର୍ଟର ଚୀନ୍ ପାଇଁ ଭିସା ନ ଥିବାରୁ ମେସିଙ୍କୁ ପାଖାପାଖି ଅଧଘଣ୍ଟା କାଳ ବିମାନବନ୍ଦରରେ ଅଟକି ରହିବାକୁ ପଡ଼ିଥିଲା । ପରେ ସମସ୍ୟାର ସମାଧାନ ହୋଇଥିଲା ଓ ଏଣ୍ଟ୍ରି ଭିସା ମାଧ୍ୟମରେ ମେସି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲେ ।

ହାତରେ ପାସ୍‌ପୋର୍ଟ ଧରିଥିବା ଅବସ୍ଥାରେ ମେସି ତାଙ୍କ ଆର୍ଜେଣ୍ଟିନା ଦଳର ସାଥୀ ଖେଳାଳିଙ୍କ ସହ ଆଲୋଚନା କରୁଥିବା ସମୟର ଏକ ଭିଡିଓ ସୋସିଆଲ୍ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେବା ପରେ ଏହି ଘଟଣା ନଜରକୁ ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking