17.1 C
Bhubaneswar
Monday, November 25, 2024
Homeଖେଳ"ମେସି' ନିଶା: ଏସ୍‌ୟୁଭିରେ କେରଳୀ ମହିଳାଙ୍କ କତାର ଯାତ୍ରା

“ମେସି’ ନିଶା: ଏସ୍‌ୟୁଭିରେ କେରଳୀ ମହିଳାଙ୍କ କତାର ଯାତ୍ରା

ଦୋହା : ସମ୍ପ୍ରତି ଚାଲିଥିବା ଫିଫା ବିଶ୍ୱକପ୍ ଦେଖିବା ସକାଶେ ବିଭିନ୍ନ ଦେଶର ପ୍ରଶଂସକମାନେ କତାରରେ ଏକାଠି ହୋଇଛନ୍ତି । ତେବେ ଏଥିରେ ଏପରି ଜଣେ ଭାରତୀୟ ଦର୍ଶକ ଅଛନ୍ତି, ଯିଏକି ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ୍ ମେସିଙ୍କ ଖେଳ ଦେଖିବା ସକାଶେ ତାଙ୍କ ଏସ୍‌ୟୁଭି ଯୋଗେ ଏଠାରେ ପହଞ୍ଚିଛନ୍ତି । ଗତ ଅକ୍ଟୋବର ୧୫ରୁ ନାଜି ନୌଶି ନାମ୍ନୀ ଏହି ମହିଳା ଜଣକ କେରଳରୁ ଯାତ୍ରା ଆରମ୍ଭ କରିଥିଲେ । ୟୁଏଇ ଦେଇ ନୌଶି କତାର ଯାତ୍ରା କରିଥିବା ବେଳେ ଦୁବାଇସ୍ଥିତ ବୁର୍ଜ ଖଲିଫାରେ ଫଟୋ ଉଠାଇ ତାଙ୍କର ପିଲାଦିନର ସ୍ୱପ୍ନକୁ ମଧ୍ୟ ସାକାର କରିଛନ୍ତି । ସେ ମସ୍କାଟ୍‌ରେ ପହଞ୍ଚିବା ପରେ ସେଠାରୁ ଏସ୍‌ୟୁଭି ଧରି ହାଟ୍ଟା ସୀମାରେଖା ଦେଇ ୟୁଏଇରେ ପହଞ୍ଚିଥିଲେ । ନୌଶି ୫ଟି ସନ୍ତାନର ମା’ ହୋଇଥିଲେ ମଧ୍ୟ ମେସିଙ୍କ ପ୍ରତି ତାଙ୍କର ଦୁର୍ବଳତା ତାଙ୍କୁ କତାରରେ ପହଞ୍ଚାଇପାରିଛି । ସେ ମୁମ୍ବାଇରୁ ଓମାନ୍ ପର୍ଯ୍ୟନ୍ତ ଜାହାଜରେ ଯାତ୍ରା କରିଥିଲେ ।

ଏଥିସହ ତାଙ୍କ ଏସ୍‌ୟୁଭି ସେଠାରେ ପହଞ୍ଚିବାରେ ପ୍ରଥମ ଭାରତୀୟ ପଞ୍ଜୀକରଣ ସମ୍ପନ୍ନ ରାଇଟ୍‌-ହ୍ୟାଣ୍ଡ୍ ଭେହିକିଲ୍ ହୋଇପାରିଛି । ଯାତ୍ରା ସମୟରେ ଖାଦ୍ୟଖର୍ଚ୍ଚ ଅପେକ୍ଷାକୃତ କମ୍ କରିବା ସକାଶେ ନୌଶି ତାଙ୍କ “ଉଲୁ’ ନାମ୍ନୀ ଏସ୍‌ୟୁଭି ଛାତ ଉପରେ ରୋଷେଇଶାଳର ବନ୍ଦୋବସ୍ତ ମଧ୍ୟ କରିଛନ୍ତି । ସେହିପରି ରୋଷେଇ କରିବା ସକାଶେ ସେ ଗାଡ଼ିରେ ଚାଉଳ, ପାଣି, ଅଟା, ମସଲା ଓ ଅନ୍ୟାନ୍ୟ ଶୁଖିଲା ଖାଦ୍ୟଦ୍ରବ୍ୟ ମହଜୁଦ ରଖିଛନ୍ତି । ସାଉଦି ଆରବଠାରୁ ମେସିଙ୍କ ଦଳ ପ୍ରଥମ ମ୍ୟାଚ୍‌ରେ ପରାଜୟ ବରଣ କରିବା ପରେ ସେ ନିରାଶ ହୋଇଛନ୍ତି । କିନ୍ତୁ ଆର୍ଜେଣ୍ଟିନାର ବିଶ୍ୱକପ୍ ବିଜୟ ବାଟରେ ଏହା ଏକ ସାମାନ୍ୟ ସ୍ପିଡ୍‌ବ୍ରେକର୍ ବୋଲି ୩୩ ବର୍ଷୀୟା ନୌଶି ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking