ଭୁବନେଶ୍ୱର : ବନ୍ଧ୍ୟାକରଣ ପ୍ରତି ମହିଳାଙ୍କ ତୁଳନାରେ ପୁରୁଷଙ୍କ ଆଗ୍ରହ ବଢ଼ୁଛି । ଆଜି ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏଭଳି ଉତ୍ତର ରଖିଛନ୍ତି । ତାଙ୍କ ସୂଚନା ଅନୁଯାୟୀ ୨୦୨୩-୨୪ରେ ୧୭୯୨ ଜଣ ପୁରୁଷ ବନ୍ଧ୍ୟାକରଣ କରିଛନ୍ତି । ସେହିପରି ୨୦୨୧-୨୨ରେ ୯୯୧ଜଣ, ୨୦୨୨-୨୩ରେ ୧୫୬୯ଜଣ ପୁରୁଷ ବନ୍ଧ୍ୟାକରଣ କରିଛନ୍ତି । ଅନ୍ୟପକ୍ଷରେ ୨୦୨୩-୨୪ରେ ୮୦,୪୦୩ଜଣ ମହିଳା ବନ୍ଧ୍ୟାକରଣ କରିଛନ୍ତି । ୩ ବର୍ଷରେ ମୋଟ ୨ ଲକ୍ଷ ୫୯ ହଜାର ୮୨୨ଜଣ ବନ୍ଧ୍ୟାକରଣ କରିଛନ୍ତି ।