26.1 C
Bhubaneswar
Thursday, December 19, 2024
Homeଦେଶ ବିଦେଶଦୋଷୀ ସାବ୍ୟସ୍ତ ହେବା ପରେ ରଦ୍ଦ ହେବ କି ସଦସ୍ୟତା

ଦୋଷୀ ସାବ୍ୟସ୍ତ ହେବା ପରେ ରଦ୍ଦ ହେବ କି ସଦସ୍ୟତା

ନୂଆଦିଲ୍ଲୀ:ଦୋଷୀ ସାବ୍ୟସ୍ତ ହେବା ପରେ ରଦ୍ଦ ହେବ କି ସଦସ୍ୟତା ? ଉପର କୋର୍ଟରେ ମାମଲା ସ୍ଥଗିତ ନ ରହିଲେ କ’ଣ ହେବ ? ସୁରଟ କୋର୍ଟଙ୍କ ରାୟ ବିରୋଧରେ ରାହୁଲ ହାଇକୋର୍ଟ ଯିବେ । ଆଇପିସିର ଧାରା ୫୦୦ରେ ରାହୁଲ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସଦସ୍ୟତା ରଦ୍ଦ ପାଇଁ ବିଜେପି ଦାବି କରି ଆସୁଛି ।
୪ ବର୍ଷ ତଳ ମାମଲାର ଶୁଣାଣି କରି ଗୁଜରାଟ, ସୁରଟ ସେସନ୍ କୋର୍ଟ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଏହାପରେ ରାହୁଲଙ୍କୁ ୩୦ଦିନର ଜମାନତ ମଧ୍ୟ ମିଳି ଯାଇଛି । ଏହି ଭିତରେ ଉପର ଅଦାଲତରେ ଆବେଦନ କରିବାକୁ ରାହୁଲ ଗାନ୍ଧୀଙ୍କୁ ସମୟ ଦିଆଯାଇଛି । ୨୦୧୯ରେ ଏକ ସଭାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ ରାହୁଲ ୧୩ ଏପ୍ରିଲ, ୨୦୧୯ କର୍ଣ୍ଣାଟକ କୋଲାରରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବା ସମୟରେ ରାହୁଲ କହିଥିଲେ, ନୀରବ ମୋଦୀ, ଲଲୀତ ମୋଦୀ, ନରେନ୍ଦ୍ର ମୋଦୀ ଏମାନଙ୍କ ସରନେମ୍ କଣ ପାଇଁ ସମାନ ରହିଛି ? ସବୁ ଚୋରଙ୍କ ସରନେମ୍ ମୋଦୀ କାହିଁକି ରହିଥାଏ ? ରାହୁଲ ଗାନ୍ଧୀ ଦେଇଥିବା ଏହି ବିବାଦୀୟ ବୟାନକୁ ନେଇ ବିଜେପି ବିଧାୟକ ପୁର୍ଣ୍ଣେଶ ମୋଦୀ ଏକ ମାନହାନୀ ମକଦ୍ଦମା ଦାୟର କରିଥିଲେ । ଯାହାର ଶୁଣାଣି କରି ଗୁଜାରଟ ସୁରଟ ସେସନ୍ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking