27.1 C
Bhubaneswar
Friday, July 5, 2024
Homeଓଡିଶାପ୍ରତାପଙ୍କ ବାସଭବନରେ ବିଜେଡି ନେତାଙ୍କ ବୈଠକ

ପ୍ରତାପଙ୍କ ବାସଭବନରେ ବିଜେଡି ନେତାଙ୍କ ବୈଠକ

ଭୁବନେଶ୍ୱର : ଆଜି ବିଧାୟକ ପ୍ରତାପ ଦେବଙ୍କ ଘରେ ବିଜେଡି ନେତାଙ୍କ ବୈଠକ ବସିଛି । ବୈଠକରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟିକା ପ୍ରମିଳା ମଲ୍ଲିକ, ବିଧାୟକ ସୁଶାନ୍ତ ରାଉତଙ୍କ ସମେତ କିଛି କର୍ପୋରଟେର ମଧ୍ୟ ସାମିଲ ଥିବା ଜଣାଯାଇଛି । ତେବେ ଦିନକୁ ଦିନ ବିଜେଡିରେ ଅନ୍ତଃକନ୍ଦଳ ବଢୁଥିବାବେଳେ ଏଭଳି ବୈଠକକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅନ୍ୟପକ୍ଷରେ ବୈଠକରୁ ବାହାରିବା ପରେ କର୍ପୋରେଟର ଅମରେଶ ଜେନା କହିଛନ୍ତି ଯେ କିଛି ଦଳୀୟ ନେତା ବିଜେଡି ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ଦଳରେ ବିଭୀଷଣ ଅଛନ୍ତି । କିନ୍ତୁ ସବୁଠି ବିଜେଡି ଏକଜୁଟ ଅଛି । ତେବେ ବିଜେଡିରେ ବିଭୀଷଣ କିଏ ବୋଲି ଆଲୋଚନା ଓ ଚର୍ଚ୍ଚା ଜୋର ଧରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking