32.1 C
Bhubaneswar
Saturday, June 22, 2024
Homeଓଡିଶାଜାଣନ୍ତୁ ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ

ଜାଣନ୍ତୁ ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ

ଭୁବନେଶ୍ୱର : ରବି ନାରାୟଣ ନାଏକ କୁଚିଣ୍ଡା ବିଧାନସଭା କ୍ଷେତ୍ରର ପ୍ରଥମ ବିଧାୟକ ଭାବେ ମନ୍ତ୍ରୀ ହୋଇଛନ୍ତି। ୨୦୦୦ ଓ ୨୦୦୪ ମସିହାରେ ଗଠିତ ବିଜେଡି-ବିଜେପି ମେଣ୍ଟ ସରକାର ସମୟରେ ବିଜେପି ପ୍ରାର୍ଥୀ ରବି ନାରାୟଣ ନାଏକଙ୍କୁ କୁଚିଣ୍ଡାବାସୀ ଜିତାଇଥିଲେ। ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ବ୍ଳକର ଖେଣ୍ଡାକଟା ଗାଁର ପ୍ରସିଦ୍ଧ ସଞ୍ଚାର ଶିଳ୍ପୀ ଦଶରଥ ନାଏକଙ୍କ ପୁଅ ରବିନାରାୟଣ ପିଲାଟି ଦିନରୁ ଜଣେ ନାଁକରା ଫୁଟବ ପୁଅ ଗାଁର ଶିଳ୍ପୀ ଖେଳାଳି ଭାବେ ସୁଖ୍ୟାତି ଅର୍ଜନ କରିଥିଲେ। କୁଚିଣ୍ଡା କଲେଜରେ ଯୁକ୍ତଦୁଇ ପାଠପଢା ପରେ ଶିକ୍ଷାରେ ଡୋରି ବାନ୍ଧିଥିଲେ। ରାଜନୀତି ବ୍ୟତୀତ ସେ ଜଣେ କଳାକାର ଭାବେ ବେଶ୍ ଜଣାଶୁଣା। ତାଙ୍କ ଗାଁ ଖଣ୍ଡାକଟାରେ ଅନୁଷ୍ଠିତ ଧନୁଯାତ୍ରାରେ ନିଜେ କଂସ ଭୂମିକାରେ ନିଖୁଣ ଅଭିନୟ କରି ସମସ୍ତଙ୍କ ମନ ଜିତି ପାରିଛନ୍ତି। ତାଙ୍କ ଧର୍ମପତ୍ନୀ ଜଣେ ପ୍ରଧାନଶିକ୍ଷୟିତ୍ରୀ ଥିବା ବେଳେ ତାଙ୍କ ଦୁଅ ପୁଅ ଏବଂ ଝିଅ ଅଛନ୍ତି। ତଥାପି, ଶ୍ରୀ ନାଏକଙ୍କୁ ମନ୍ତ୍ରୀ ପଦ ନମିଳିବାରୁ କୁଚିଣ୍ଡାବାସୀଙ୍କୁ ନିରାଶ‌ ହେବାକୁ ପଡ଼ିଥିଲା। ୨୦୦୯ ମସିହାରେ ମେଣ୍ଟ ଭାଙ୍ଗିବା ପରେ ମଧ୍ୟ କୁଚିଣ୍ଡାବାସୀଙ୍କୁ ନିରାଶ ହେବାକୁ ପଡ଼ିଥିଲା। କାରଣ, ସେବର୍ଷ ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲେ। ୨୦୧୪ ନିର୍ବାଚନରେ ଶ୍ରୀ ନାଏକ ତୃତୀୟଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତେବେ, ୨୦୧୯ ମସିହା ନିର୍ବାଚନରେ କିଶୋର ନାୟକଙ୍କ ବିଜୟ ସହିତ ପ୍ରଥମଥର ପାଇଁ ବିଜେଡି କୁଚିଣ୍ଡା ଆସନ ଅକ୍ତିଆର କରିଥିଲା। ମାତ୍ର, ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ତାଙ୍କୁ ସ୍ଥାନ ମିଳିନଥିଲା। ଚଳିତ ନିର୍ବାଚନରେ ବିଜେପି ସରକାର ଗଠନ ପରେ ଶ୍ରୀ ନାଏକଙ୍କୁ ଏଥର ମନ୍ତ୍ରୀପଦ ମିଳିଛି। ସେ ଶପଥ ଗ୍ରହଣ କରିବାପରେ ବାଣ ଫୁଟାଇ ଅଂଚଳବାସୀ ଖୁସି ମନାଇଛନ୍ତି। ପୁଅ ମନ୍ତ୍ରୀ ଭାବେ ଶପଥ ନେବାରୁ ରବିଙ୍କ ମା’ ଶୁଭ ନାଏକଙ୍କ ଆଖିରୁ ଆନନ୍ଦାଶ୍ରୁ ଝରି ପଡ଼ିଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking