28.1 C
Bhubaneswar
Saturday, June 29, 2024
Homeଦେଶ ବିଦେଶ୫ ବର୍ଷରେ ୧୬୦% ମହଙ୍ଗା ହୋଇଛି ମେଡିକାଲ ଖର୍ଚ୍ଚ

୫ ବର୍ଷରେ ୧୬୦% ମହଙ୍ଗା ହୋଇଛି ମେଡିକାଲ ଖର୍ଚ୍ଚ

ନୂଆଦିଲ୍ଲୀ : ଦୈନନ୍ଦିନ ବ୍ୟବହୃତ ଜିନିଷର ଦାମ ପ୍ରତିଦିନ ବଢିବାରେ ଲାଗିଛି । ସାଧାରଣ ଲୋକ ଏବେ ମହଙ୍ଗା ମାଡ଼ରେ ପ୍ରଭାବିତ । ହେଲେ ଏହି ବୋଝ ଏବେ ଆହୁରି ବଢିଛି । କୋଭିଡ କାଳ ପରେ ହସ୍ପିଟାଲରେ ଚିକିତ୍ସା କରିବା ଖୁବ୍ ମହଙ୍ଗା ହୋଇସାରିଛି । ଗତ ୫ ବର୍ଷରେ କୌଣସି ରୋଗ ହେଲେ ହସ୍ପିଟାଲରେ ଭର୍ତ୍ତି ହେବାପରେ ଚିକିତ୍ସାରେ ଖର୍ଚ୍ଚ ଦୁଇଗୁଣା ବେଗରେ ବଢିଯାଇଛି । ଏବେ ଇସ୍ୟୁରାନ୍ସ କ୍ଲେମ ମଧ୍ୟ ଦୃତ ଗତିରେ ବଢିବାରେ ଲାଗିଛି । ଗୋଟିଏ ପଟେ ଦରଦାମ୍ ବୃଦ୍ଧି ୭ ପ୍ରତିଶତ ଆଖପାଖରେ ପହଞ୍ଚିଥିବା ବେଳେ ମେଡିକାଲ ମୁଦ୍ରାସ୍ପିତୀ ୧୪ ପ୍ରତିଶତ ବେଗଠାରୁ ଅଧିକ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟରେ ପଲିସି ବଜାରର ଡାଟାକୁ ନେଇ କୁହାଯାଇଛି ଯେ, ସଂକ୍ରାମକ ରୋଗର ଚିକିତ୍ସା ପାଇଁ ୨୦୧୮ରେ ହାରାହାରି ମେଡିକାଲ ଇନସ୍ୟୁରାନ୍ସ କ୍ଲେମ ୨୪,୫୬୯ ଟଙ୍କା ଥିଲା, ଯାହାକି ୨୦୨୨ ରେ ବଢି ୬୪,୧୩୫ ଟଙ୍କା ହୋଇସାରିଛି । ଅର୍ଥାତ ୫ ବର୍ଷରେ ଏହି ରୋଗର ଚିକିତ୍ସାରେ ହେଉଥିବା ଖର୍ଚ୍ଚରେ ୧୬୦% ମହଙ୍ଗା ହୋଇସାରିଛି ।

ମୁମ୍ବାଇ ଭଳି ମହାନଗରରେ ଏହି ଖର୍ଚ୍ଚ ୩୦,୦୦୦ ଟଙ୍କାରୁ ବଢି ୮୦,୦୦୦ ଟଙ୍କା ୫ ବର୍ଷରେ ହୋଇସାରିଛି । ବିଶ୍ୱାସ ସମ୍ପକ୍ରିତ ରୋଗର ଚିକିତ୍ସା ପାଇଁ ହାରାହାରି କ୍ଲେମ୍ ୨୦୨୨ ରେ ବଢି ୯୪,୨୪୫ ହୋଇସାରିଛି, ଯାହାକି ୨୦୨୮ ରେ ୪୮,୪୫୨ ଟଙ୍କା ଥିଲା । ଅର୍ଥାତ ୧୮% ହାରରେ ବାର୍ଷିକ ଚିକତ୍ସା ମହଙ୍ଗା ହୋଇଛି । ସେଭଳି ମୁମ୍ବାଇରେ ମଧ୍ୟ ଏହି ଖର୍ଚ୍ଚ ୮୦,୦୦୦ ରୁ ବଢି ୧.୭୦ ଲକ୍ଷ ହୋଇସାରିଛି । କରୋନା ମହାମାରୀ ଆସିବା ପରେ ଚିକିତ୍ସା ଖର୍ଚ୍ଚ ବଢିଛି । ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ଖର୍ଚ୍ଚ ବଢିଛି । ପୂର୍ବରୁ ମୋଟ ବିଲ୍ରେ ଏହି ସାମଗ୍ରୀର ଅଂଶ ୩ ରୁ ୪ ପ୍ରତିଶତ ଥିଲା, ଯାହାକି ଏବେ ବଢି ୧୫% ହୋଇସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking