20.1 C
Bhubaneswar
Monday, November 18, 2024
Homeଓଡିଶା୪୫ କିଲୋ ଓଜନର ହାତୀଦାନ୍ତ ଜବତ, ୨ଗିରଫ

୪୫ କିଲୋ ଓଜନର ହାତୀଦାନ୍ତ ଜବତ, ୨ଗିରଫ

ମୟୂରଭଞ୍ଜ୍ଜ(ଘାସିରାମ ବେହେରା): ବନବିଭାଗକୁ ବଡ଼ ସଫଳତା। ୪୫ କିଲୋ ଓଜନର ହାତୀଦାନ୍ତ ଜବତ ୨ ଗିରଫ। ଦୁଇଟି ବଡବଡ ହାତୀଦାନ୍ତ ବିକ୍ରୀ ନିମନ୍ତେ ଡିଲ୍ ଚାଲିଥିବା ବେଳେ ଅଚାନକ ଚଢାଉ କରି ହାତୀଦାନ୍ତ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି ବନବିଭାଗ । ଏଭଳି ଘଟଣା ଘଟିଛି ଉଦଳା ରେଞ୍ଜ ଅଧିନ ଅଙ୍ଗାରପଦା ଅଂଚଳରେ ।
ନିଜେ ଗ୍ରାହକ ସାଜି ହାତୀଦାନ୍ତ କିଣିବାକୁ ଯାଇଥିଲା ବନବିଭାଗ । ୮ ପିସ୍ ହାତୀ ଦାନ୍ତ ୧୮ ଲକ୍ଷ ଟଙ୍କାରେ କିଣିବା ନିମନ୍ତେ ହାତୀଦାନ୍ତ ମାଫିଆ ସହିତ କଥା ହୋଇଥିଲା ନକଲି କ୍ରେତା ସାଜିଥିବା ବନବିଭାଗ କର୍ମଚାରୀଙ୍କର । ଯାହାକି ପୂର୍ବ ଯୋଜନା ମୁତାବକ ଆଜି ହାତୀଦାନ୍ତ କିଣିବା ନିମନ୍ତେ ବନବିଭାଗ ଆଜି ଘଟଣାସ୍ଥଳରେ ପହଂଚିଥିଲା। ତେବେ ଡିଲ ଚାଲିଥିଲା ବେଳେ ପୂର୍ବ ପ୍ରସ୍ତୁତି ଅନୁଯାଇ ଡିଏଫଓ ଙ୍କ ନିର୍ଦ୍ଦେଶରେ ଚଢ଼ାଉ କରିଥିଲା ବାରିପଦା ବନବିଭାଗ। ଘଟଣାସ୍ଥଳରୁ ହାତୀଦାନ୍ତ ଜବତ କରିବା ସହିତ ଦୁଇଜଣ ମାଫିଆଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ବନବିଭାଗ । ଘଟଣାଟି ହେଉଛି ଉଦଳା ରେଞ୍ଜ ଅଧିନ ଅଙ୍ଗାରପଦା ଗ୍ରାମରେ। ଗ୍ରାହକ ସାଜି ଦୁଇଜଣ ହାତୀଦାନ୍ତ ବେପାରୀଙ୍କ ସହିତ ଡିଲ୍ କରୁଥିଲା ବନବିଭାଗ । ୮ ଟି ହାତୀଦାନ୍ତକୁ ୧୮ ଲକ୍ଷ ଟଙ୍କାରେ କିଣିବା ନିମନ୍ତେ ବନବିଭାଗ କର୍ମଚାରୀ ପହଂଚିଥିବା ବେଳେ ବେପାରୀ ତାଙ୍କୁ ହାତୀଦାନ୍ତ ଦେଖାଇଥିଲା । ଏହି ସମୟରେ ସେଠାରେ ପୂର୍ବରୁ ଛପି ରହିଥିବା ବନବିଭାଗ କର୍ମଚାରୀମାନେ ମାଡି ବସିଥିଲେ ଦୁଇ ମାଫିଆଙ୍କୁ । ପରେ ସେମାନଙ୍କ ନିକଟରୁ ୮ ଖଣ୍ଡ ହାତୀଦାନ୍ତ ଜବତ କରିବା ସହିତ ଦୁଇଜଣଙ୍କୁ ଗିରଫ କରିଛି । ଜବତ ହାତୀଦାନ୍ତର ଓଜନ ୪୫ କିଲୋ ହେବ ବୋଲି ଅନୁମାନ କରାଯାଉଛି । ତେବେ ୮ ଖଣ୍ଡ ହାତୀଦାନ୍ତ ଗୋଟିଏ ହାତୀର ଦୁଇ ଗୋଟି ଦାନ୍ତ ହୋଇଥିବା ଅନୁମାନ କରାଯାଉଥିବା ବେଳେ ଏକ ବୟସ୍କ ଦନ୍ତାହାତୀର ଦାନ୍ତ ବୋଲି ବନବିଭାଗ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାଯାଏ। ତେବେ ଗତ କିଛିଦିନ ତଳେ କପ୍ତିପଦା ରେଞ୍ଜରେ ଦୁଇ ଗୋଟି ଦନ୍ତାହାତୀର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଦନ୍ତାହାତୀର ଦାନ୍ତ ଲୁଟି ନେଇଥିଲେ ଶିକାରୀ । ଯାହାକି ଏହି ହାତୀଦାନ୍ତ ଜବତ ହେବା ପରେ ଶିମିଳିପାଳରେ ହାତୀ ଶିକାର ବଢିବାରେ ଲାଗିଥିବା ଘଟଣା ସ୍ପଷ୍ଟ ହୋଇଛି ।
ବନବିଭାଗର ସ୍ୱତନ୍ତ୍ରଟିମ ହାତରେ ଗିରଫ ୨ ଜଣ ଅଭିଯୁକ୍ତ ହେଲେ ଫାଗୁ ପ୍ରସାଦ ହାଂସଦା ଅନ୍ୟଜଣେ ପିଥ ସୋରେନ, ଫାଗୁ ର ଘର ଅଙ୍ଗାରପଦା ଉଦଳା ଥାନା ଅଂଚଳରେ ହୋଇଥିବା ବେଳେ ପୀଥ ଉଦଳା ଥାନା ଅନନ୍ତପୁର ଅଂଚଳରେ ବୋଲି ଜଣାପଡ଼ିଛି। ବନବିଭାଗ ପକ୍ଷରୁ ବାରିପଦା , ଉଦଳା ଓ ବେତନଟୀ ରେଞ୍ଜର 10ଜଣ ବନକର୍ମଚାରୀଙ୍କୁ ନେଇ ଗଠିତ ହୋଇଥିଲା ସ୍ୱତନ୍ତ୍ର ଟିମ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking