27.1 C
Bhubaneswar
Sunday, September 8, 2024
Homeଓଡିଶାଆଜିଠାରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଆଜିଠାରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ: ଆଜିଠୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ପରୀକ୍ଷା ଆଜିଠାରୁ ଅର୍ଥାତ୍ ଜୁଲାଇ ୩ ରୁ ଆରମ୍ଭ ହୋଇ ୮ ଯାଏ ଚାଲିବ। ସେହିପରି ଷ୍ଟେଟ୍ ଓପନ ସ୍କୁଲ ସାର୍ଟିଫିକେଟ୍ (ଏସ୍‌ଓଏସ୍‌ସି) ପରୀକ୍ଷା ମଧ୍ୟ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଦୁଇଟି ଯାକ ପରୀକ୍ଷାରେ ପ୍ରାୟ ୧୦ ହଜାର ପରୀକ୍ଷାର୍ଥୀ ଅଛନ୍ତି। ଏଥିମଧ୍ୟରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାର୍ଥୀ ସଂଖ୍ୟା ମାତ୍ର ୧୧ ଶହ ରହିଛି।

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଏହି ସପ୍ଲିମେଣ୍ଟାରୀ ପରୀକ୍ଷା ପୂର୍ବାହ୍ନ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଦିନକୁ ଗୋଟିଏ ସିଟିଂରେ ହେବ। ସେହିପରି ଏସ୍‌ଓଏସ୍‌ସି ପରୀକ୍ଷା ଦିନକୁ ଦୁଇଟି ସିଟିଂରେ ହେବ। ପ୍ରଥମ ସିଟିଂ ପରୀକ୍ଷା ପୂର୍ବାହ୍ନ ୯ଟାରୁ ୧୧ଟା ଏବଂ ଦ୍ୱିତୀୟ ସିଟିଂ ପରୀକ୍ଷା ଅପରାହ୍ନ ୧ଟାରୁ ୨ଟା ପର୍ଯ୍ୟନ୍ତ ହେବ। ଦୁଇଟି ଯାକ ପରୀକ୍ଷା ଲାଗି ରାଜ୍ୟରେ ୩୦ଟି ଜିଲ୍ଲାରେ ୮୦ଟି ସେଣ୍ଟର କରାଯାଇଛି। ପରୀକ୍ଷା ପରିଚାଳନାରେ ଅନିୟମିତତା ରୋକିବା ଲାଗି ବୋର୍ଡ ପକ୍ଷରୁ ୧୫ଟି ସ୍କ୍ୱାଡ୍ ଗଠନ କରାଯାଇଛି। ଜିଲ୍ଲାସ୍ତରରେ ଡିଇଓମାନଙ୍କ ଦ୍ୱାରା ପୃଥକ ସ୍କ୍ୱାଡ୍ ଗଠନ କରାଯାଇଛି।

ସୂଚନା ଥାଉକି, ବିଗତ ୨ ବର୍ଷ ଧରି ଦଶମରେ ୨ଟି ସମ୍ମେଟିଭ୍ ପରୀକ୍ଷା ହେଉଥିବା ବେଳେ ଏବେ ବର୍ଷକୁ ଗୋଟିଏ ଥର ବୋର୍ଡ ପରୀକ୍ଷା ହେବ। ସେହିଭଳି ବିଦ୍ୟାଳୟସ୍ତରରେ ସାଷ୍ମାଷିକ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ବୋର୍ଡ ପ୍ରଶ୍ନପତ୍ର ଯୋଗାଇବ। ୨୦୨୩ ମାର୍ଚ୍ଚ ୧୦ରୁ ୨୦ ଯାଏ ସମ୍ମେଟିଭ୍ ଆସେସମେଣ୍ଟ ୨ ପରୀକ୍ଷା ହୋଇଥିଲା। ୫.୩୨ ଲକ୍ଷ ଛାତ୍ରଛାତ୍ରୀ ୩ ହଜାର ୨୧୮ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ଚଳିତବର୍ଷ ପାସ୍ ହାର ୯୬.୪୦ ପ୍ରତିଶତ ରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking