28.9 C
Bhubaneswar
Friday, July 31, 2026
Homeଓଡିଶାବନ୍ୟା ପାଇଁ ମାଟ୍ରିକ ଫର୍ମ ଫିଲ୍-ଅପ୍ ତାରିଖ ବଢ଼ିଲା

ବନ୍ୟା ପାଇଁ ମାଟ୍ରିକ ଫର୍ମ ଫିଲ୍-ଅପ୍ ତାରିଖ ବଢ଼ିଲା

ଭୁବନେଶ୍ୱର: ବନ୍ୟା ସ୍ଥିତି ପାଇଁ ମାଟ୍ରିକ ଫର୍ମ ଫିଲ୍-ଅପ୍ ତାରିଖ ବୃଦ୍ଧି, ୧୪ ଅଗଷ୍ଟ ପର୍ଯ୍ୟନ୍ତ କରିହେବ ଫର୍ମ ଫିଲଅପ୍‌ । ରାଜ୍ୟରେ ଚାଲିଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ମାଟ୍ରିକ ପରୀକ୍ଷା-୨୦୨୬ ପାଇଁ ଫର୍ମ ଫିଲ୍-ଅପ୍ ତାରିଖ ବୃଦ୍ଧି କରାଯାଇଛି । ପୂର୍ବରୁ ଜୁଲାଇ ୩୧ ତାରିଖ ଶେଷ ଦିନ ଭାବେ ଧାର୍ଯ୍ୟ ହୋଇଥିବାବେଳେ, ବର୍ତ୍ତମାନ ଛାତ୍ରଛାତ୍ରୀମାନେ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ଫର୍ମ ଫିଲ୍-ଅପ୍ କରିପାରିବେ। ବନ୍ୟା ପ୍ରଭାବିତ ଅଞ୍ଚଳର ଅନେକ ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀ ଯାତାୟାତ ଓ ଇଣ୍ଟରନେଟ୍ ସମସ୍ୟା ସହ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ତାରିଖ ବୃଦ୍ଧି ଫଳରେ ଯେଉଁ ଛାତ୍ରଛାତ୍ରୀ ନିର୍ଦ୍ଧାରିତ ସମୟ ମଧ୍ୟରେ ଫର୍ମ ପୂରଣ କରିପାରିନଥିଲେ, ସେମାନେ ଏବେ ଅତିରିକ୍ତ ସମୟର ସୁବିଧା ପାଇବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking