29.1 C
Bhubaneswar
Friday, October 18, 2024
Homeଓଡିଶାଆସନ୍ତାକାଲି ମାଟ୍ରିକ୍ ପରୀକ୍ଷା: ୩,୦୪୭ କେନ୍ଦ୍ରରେ ୫,୫୧,୬୧୧ ପରୀକ୍ଷାର୍ଥୀ 

ଆସନ୍ତାକାଲି ମାଟ୍ରିକ୍ ପରୀକ୍ଷା: ୩,୦୪୭ କେନ୍ଦ୍ରରେ ୫,୫୧,୬୧୧ ପରୀକ୍ଷାର୍ଥୀ 

କଟକ: ଚଳିତ ବର୍ଷର ମାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଏକ ସଙ୍ଗେ ଅନୁଷ୍ଠିତ ହେବ । ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା(ବୋର୍ଡ଼) ପକ୍ଷରୁ ଆସନ୍ତାକାଲି ଠାରୁ ଏହି ସବୁ ପରୀକ୍ଷା ଆରମ୍ଭ ହେଉଛି । ଏଥର ୫ ଲକ୍ଷ ୫୧ ହଜାର ୬୧୧ ଜଣ ମାଟ୍ରିକ, ୭୮୩୧ ଜଣ ମୁକ୍ତ ବିଦ୍ୟାଳୟ ଓ ୩୦୩୭ ଜଣ ମଧ୍ୟମା ପରୀକ୍ଷାର୍ଥୀ ପରୀକ୍ଷା ଦେବା ନିମନ୍ତେ ଫର୍ମ ପୂରଣ କରିଛନ୍ତି । ସମଗ୍ର ରାଜ୍ୟରେ ମୋଟ ୩,୦୪୭ଟି ପରୀକ୍ଷା କେନ୍ଦ୍ର ଓ ପ୍ରଶ୍ନପତ୍ର ଗଚ୍ଛିତ ପାଇଁ ୩୧୩ଟି ନୋଡାଲ କେନ୍ଦ୍ର କରାଯାଇଛି । ସମ୍ବେଦନଶୀଳ ଅଞ୍ଚଳର ୨୨ଟି ଥାନାରେ ନୋଡାଲ କେନ୍ଦ୍ର କରାଯାଇଛି । ନୋଡାଲ କେନ୍ଦ୍ରଗୁଡ଼ିକୁ ୨୪ ଘଣ୍ଟିଆ ସୁରକ୍ଷାବଳୟ ସମେତ ସିସିଟିଭି ନଜରରେ ରଖାଯାଇଛି । ପ୍ରଥମ ଥର ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) ସର୍ଭେଲାନ୍ସର ଉପଯୋଗ କରି ସିଧାସଳଖ ବୋର୍ଡ ମୁଖ୍ୟାଳୟରୁ କେତେକ କେନ୍ଦ୍ରରେ ପରୀକ୍ଷା ପରିଚାଳନାକୁ ନିୟନ୍ତ୍ରଣ କରାଯାଉଛି । ଅସାଧୁ ଉପାୟ ଅବଲମ୍ବନକୁ ରୋକିବା ପାଇଁ ଚତୁଃସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା ଲାଗୁ କରାଯାଇଛି ।

ବୋର୍ଡ ପକ୍ଷରୁ ୪୧ଟି ସ୍କ୍ୱାଡ୍ ସହିତ ଜିଲା ଶିକ୍ଷାଧିକାରୀଙ୍କର ୭୨ଟି ସ୍କ୍ୱାଡ୍ କରାଯାଇଛି । ଏହାବାଦ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ନୋଡାଲ ଅଧିକାରୀମାନେ ମଧ୍ୟ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ପରିଚାଳନା ବ୍ୟବସ୍ଥା ତଦାରଖ କରିବେ । ପରୀକ୍ଷା କେନ୍ଦ୍ର ମଧ୍ୟକୁ ମୋବାଇଲ୍ ପ୍ରବେଶ ଉପରେ ରୋକ ଲଗାଯାଇଥିବାବେଳେ ପରିଚାଳନା ବ୍ୟବସ୍ଥାକୁ ପୂର୍ବାପେକ୍ଷା ଅଧିକ କଡ଼ାକଡ଼ି କରାଯାଇଛି । ପୂର୍ବାହ୍ନ ୭ଟା ୩୦ମିନିଟରେ ପରୀକ୍ଷା କେନ୍ଦ୍ରର ଗେଟ ଖୋଲାଯାଇ ପରୀକ୍ଷାର୍ଥୀମାନଙ୍କୁ ଯାଞ୍ଚ ପରେ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ ଅନୁମତି ଦିଆଯିବ । ୮ଟା ୩୦ମିନିଟ ସମୟରେ ପରୀକ୍ଷାର୍ଥୀମାନଙ୍କୁ ଓଏମଆର ସିଟ ପ୍ରଦାନ କରାଯିବ । ଏହାପରେ ୯ଟାରେ ପରୀକ୍ଷା ଆରମ୍ଭ ହେବ । ଚଳିତ ବର୍ଷ ମଧ୍ୟ ପରୀକ୍ଷା କାର୍ଯ୍ୟରେ ନିୟୋଜିତ ଥିବା ଶିକ୍ଷୟିତ୍ରୀ, ଶିକ୍ଷକମାନେ ମୋବାଇଲ ସାଙ୍ଗରେ ନେଇ ପରୀକ୍ଷା ହଲକୁ ଯିବା ଉପରେ ରୋକ ଲଗାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking