23.1 C
Bhubaneswar
Saturday, February 8, 2025
Homeଦେଶ ବିଦେଶତାଲିବାନର ଅଜବ ଆଦେଶ; ଫଟୋ ଉଠାଇପାରିବେନି ‘ଜୀବିତ ଲୋକ’

ତାଲିବାନର ଅଜବ ଆଦେଶ; ଫଟୋ ଉଠାଇପାରିବେନି ‘ଜୀବିତ ଲୋକ’

କାବୁଲ: ଆଫଗାନିସ୍ତାନରେ ତାଲିବାନ ସରକାର କ୍ଷମତାକୁ ଆସିବା ପରଠାରୁ କ୍ରମାଗତ ଭାବେ ନୂଆ ନୂଆ ନିର୍ଦ୍ଦେଶନାମା ଜାରି କରାଯାଉଛି । ଏହି କ୍ରମରେ ତାଲିବାନ ଆଉ ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛି । କୁହାଯାଉଛି ଯେ ଏହା ଏକ ଅଢ଼େଇ ଦଶନ୍ଧି ପୁରୁଣା ଆଇନ, ଯାହାପୁଣି ଥରେ କାର୍ଯ୍ୟକାରୀ ହୋଇଛି । ତାଲିବାନର ଗଡ଼ କାନ୍ଦାହାରରେ ଏହି ନୂଆ ନିର୍ଦ୍ଦେଶ ଲାଗୁ ହେବ । ନୂଆ ନିର୍ଦ୍ଦେଶନାମା ଅନୁଯାୟୀ, କାନ୍ଦାହାରର ଅଧିକାରୀମାନେ ଆଉ ଜୀବନ୍ତ ବ୍ୟକ୍ତିର ଫଟୋ କିମ୍ବା ଭିଡିଓ ଉଠାଇ ପାରିବେ ନାହିଁ ।

ତାଲିବାନ ଆଦେଶ ରେ କୁହାଯାଇଛି ଯେ ଏପରି କରିବା ଦ୍ୱାରା ଲାଭ ଅପେକ୍ଷା କ୍ଷତି ଅଧିକ ହୋଇଥାଏ । ଏଣୁ ବଞ୍ଚିଥିବା ବ୍ୟକ୍ତିଙ୍କ ଫଟୋ କିମ୍ବା ଭିଡିଓ ଉତ୍ତୋଳନକୁ ନିଷିଦ୍ଧ କରାଯାଇଛି । କିନ୍ତୁ ଆଶ୍ୱସ୍ତିର ବିଷୟ ହେଉଛି ଏହା ଏବେ କେବଳ ସରକାରୀ ଅଧିକାରୀଙ୍କ ପାଇଁ ଲାଗୁ ହେବ । ସାଧାରଣ ଲୋକ ଓ ଗଣମାଧ୍ୟମକୁ ଏହି କଟକଣାରୁ ମୁକ୍ତ ରଖାଯାଇଛି । କାନ୍ଦାହାର ଗଭର୍ଣ୍ଣରଙ୍କ ମୁଖପାତ୍ର ଏକ ଅନ୍ତର୍ଜାତୀୟ ନ୍ୟୁଜ୍ ଏଜେନ୍ସି ସହ କଥାବାର୍ତ୍ତା ରେ ଏହି ନିର୍ଦ୍ଦେଶକୁ ସ୍ପଷ୍ଟ କରିଛନ୍ତି । କାନ୍ଦାହାରବାସୀଙ୍କ ପାଇଁ ଜାରି କରାଯାଇଥିବା ଏହି ଆଦେଶ ଆଫଗାନିସ୍ତାନରେ ତାଲିବାନ ଶାସନ କରୁଥିବା ପୂର୍ବର ଅନ୍ଧକାର ସମୟକୁ ପୁଣି ମନେ ପକାଇ ଦେଇଛି । ୧୯୯୬ରୁ ୨୦୦୧ ମଧ୍ୟରେ ଆଫଗାନିସ୍ତାନରେ ଟେଲିଭିଜନ, ନାଚଗୀତକୁ ବି ନିଷିଦ୍ଧ କରାଯାଇଥିଲା । ସେତେବେଳେ ମଧ୍ୟ ଜୀବିତ ଲୋକଙ୍କ ଫଟୋ ଉଠାଇବାକୁ ବାରଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking