18.1 C
Bhubaneswar
Friday, November 22, 2024
Homeଓଡିଶାମାଟ୍ରିକ୍ ପରୀକ୍ଷା: ଆଜି ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ

ମାଟ୍ରିକ୍ ପରୀକ୍ଷା: ଆଜି ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ହାଇସ୍କୁଲ ସାଟିଫିକେଟ୍ ପରୀକ୍ଷାରେ ତୃତୀୟ ଭାଷା(ହିନ୍ଦୀ ଓ ସଂସ୍କୃତ)କୁ ନେଇ ଅନେକ ସମୟରେ ସମସ୍ୟା ଦେଖାଯାଇଥାଏ । କେତେକ କ୍ଷେତ୍ରରେ ପରୀକ୍ଷାର୍ଥୀ ଫର୍ମପୂରଣ ସମୟରେ ତୃତୀୟ ଭାଷା ହିନ୍ଦୀ ରଖିଥିବା ବେଳେ ଆଡମିଟ୍ କାର୍ଡରେ ସଂସ୍କୃତ ହୋଇଥାଏ ବା ଫର୍ମପୂରଣରେ ସଂସ୍କୃତ କରିଥିବା ବେଳେ ଆଡମିଟ୍ କାର୍ଡରେ ହିନ୍ଦୀ ହୋଇଯାଇଥାଏ । ଆଉ କିଛି କ୍ଷେତ୍ରରେ ପରୀକ୍ଷାର୍ଥୀ ନିଜେ ତୃତୀୟ ଭାଷା ହିନ୍ଦୀ ଫର୍ମପୂରଣ କରି ଶେଷ ସମୟରେ ସଂସ୍କୃତ ପରୀକ୍ଷା ଦେବାକୁ ଚାହେଁ ବା ସଂସ୍କୃତ ଫର୍ମପୂରଣ କରି ହିନ୍ଦୀ ପରୀକ୍ଷା ଦେବାକୁ ଚାହେଁ । ଏହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଥାଏ, ଯାହା ଫଳରେ ବୋର୍ଡ କର୍ତ୍ତୃପକ୍ଷ ସମସ୍ୟାରେ ପଡ଼ିଥାନ୍ତି ।
ଏ ସଂକ୍ରାନ୍ତରେ ବୋର୍ଡ ସଭାପତି ରାମାଶିଷ ହଜାରା କହିଛନ୍ତି, ପିଲା ଫର୍ମପୂରଣ ସମୟରେ ତୃତୀୟ ଭାଷା ଯାହା ଲେଖିଥିବେ, ଆଡମିଟ୍ କାର୍ଡରେ ତାହା ହିଁ ରହିଥାଏ । କିନ୍ତୁ ଅନେକ କ୍ଷେତ୍ରରେ ପରୀକ୍ଷାର୍ଥୀ ଶେଷ ସମୟରେ ବିଷୟ ପରିବର୍ତ୍ତନ କରିବାକୁ ଚାହାନ୍ତି, ଏ କ୍ଷେତ୍ରରେ ତାଙ୍କୁ ସ୍ବତନ୍ତ୍ର ଫର୍ମପୂରଣ କରି ଦେବାକୁ ପଡ଼ିଥାଏ । ଏହା କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟଙ୍କ ଜରିଆରେ ବୋର୍ଡକୁ ଆସେ । କିନ୍ତୁ ପିଲାଙ୍କୁ ପରୀକ୍ଷା ଦେବାରେ କୌଣସି ସମସ୍ୟା ଭୋଗିବାକୁ ପଡ଼ିବ ନାହିଁ ବୋଲି ସଭାପତି ଶ୍ରୀ ହାଜରା ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking