34.1 C
Bhubaneswar
Thursday, April 25, 2024
Homeଓଡିଶାଦ୍ୱାରଶୁଣି ଘାଟିରେ ଦୁର୍ଘଟଣା

ଦ୍ୱାରଶୁଣି ଘାଟିରେ ଦୁର୍ଘଟଣା

ମୟୂରଭଞ୍ଜ: ବାଙ୍ଗରିପୋଷି ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା। ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲ ବୋଝେଇଟ୍ରକ, ଡ୍ରାଇଭର ଗୁରୁତ୍ତର। ମୟୁରଭଂଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ ଦେଇ ଯାଇଥିବା ୪୯ନଂ ଜାତୀୟ ରାଜପଥରେ ଅବସ୍ଥିତ ଦ୍ବାରଶୁଣୀ ଘାଟୀ ପାଲଟିଛି ମରଣଯନ୍ତା। ଭାରସାମ୍ୟ ହରାଇ ଘାଟୀ ତଳକୁ ଖସିଲା ଟ୍ରକ। ରାଇପୁର ରୁ କଲିକତା ଅଭିମୁଖେ ମାର୍ବଲ ବୋଝେଇ ହୋଇ ଯାଉଥିବା ବେଳେ ଦ୍ୱାରଶୁଣି ଘାଟିରେ ଦୁର୍ଘଟଣା ଘଟିଛି। ସଂଗେ ସଂଗେ ଅନ୍ୟ ଟ୍ରକର ଡ୍ରାଇଭର ମାନେ ଗୁରୁତର ଡ୍ରାଇଭରକୁ ଉଦ୍ଧାର କରି ଆଣିଥିଲେ। ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିବା ଦମକଳବାହିନୀ ଗୁରୁତର ଡ୍ରାଇଭରକୁ ବାଙ୍ଗିରିପୋଷି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠାଇ ଦିଆଯାଇଥିବା ଜଣାପଡିଛି।
https://onakhabar.com/2020/02/24/matric-exam-4/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking