31.1 C
Bhubaneswar
Tuesday, July 2, 2024
Homeଦେଶ ବିଦେଶସୁପ୍ରିମ୍‌କୋର୍ଟରେ ମଥୁରା କୃଷ୍ଣ ଜନ୍ମଭୂମି ମାମଲା; ଶୁଣାଣି ନଭେମ୍ବର ୧୦କୁ ଘୁଞ୍ଚିଲା

ସୁପ୍ରିମ୍‌କୋର୍ଟରେ ମଥୁରା କୃଷ୍ଣ ଜନ୍ମଭୂମି ମାମଲା; ଶୁଣାଣି ନଭେମ୍ବର ୧୦କୁ ଘୁଞ୍ଚିଲା

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ମଥୁରାସ୍ଥିତ କୃଷ୍ଣ ଜନ୍ମଭୂମି ମାମଲାର ପରବର୍ତ୍ତୀ ଶୁଣାଣିକୁ ସୁପ୍ରିମ୍‌କୋର୍ଟ ନଭେମ୍ବର ୧୦କୁ ସ୍ଥଗିତ ରଖିଛନ୍ତି । ଜଷ୍ଟିସ ସଞ୍ଜୟ କିଶନ କାଉଲ ଓ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠରେ ସୋମବାର ମାମଲାର ଶୁଣାଣି ହୋଇଥିଲା । ଖଣ୍ଡପୀଠ ଏହିି ମାମଲା ସହ ଜଡିତ ସମସ୍ତ ବିବରଣୀ ଦାଖଲ କରିବାକୁ ଆହ୍ଲାବାଦ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଆହ୍ଲାବାଦ ହାଇକୋର୍ଟ ଚଳିତବର୍ଷ ମେ’ ୨୬ରେ ଏ ସଂକ୍ରାନ୍ତରେ ଆଗତ ସମସ୍ତ ପିଟିସନକୁ ମଥୁରା ଜିଲ୍ଲା କୋର୍ଟରୁ ହାଇକୋର୍ଟକୁ ସ୍ଥାନାନ୍ତର ନିର୍ଦ୍ଦେଶ ଦେଇଥିଲେ । ଏହାର ପ୍ରତିବାଦରେ ଶାହି ମସ୍‌ଜିଦ ଇଦ୍‌ଗା କମିଟି ପକ୍ଷର ସୁପ୍ରିମକୋର୍ଟରେ ପିଟିସନ ଦାଏର କରାଯାଇଥିଲା । କୃଷ୍ଣ ଜନ୍ମଭୂମି ଏବଂ ଇଦ୍‌ଗା କମିଟି ମଧ୍ୟରେ ଚାଲିଥିବା ଏହି ଜମି ବିବାଦକୁ ନେଇ ଏପର୍ଯ୍ୟନ୍ତ ୯ଟି ପିଟିସନ ବିଚାରାଧୀନ ରହିଛି । ସୂଚନାଯୋଗ୍ୟ ପୂର୍ବତନ ମୋଗଲ ଶାସକ ଆଉରଙ୍ଗଜେବ୍‌ଙ୍କ ନିର୍ଦ୍ଦେଶକ୍ରମେ ମଥୁରାସ୍ଥିତ କୃଷ୍ଣ ମନ୍ଦିର ସଂଲଗ୍ନ ଜମିରେ ଏହି ମସ୍‌ଜିଦ ନିର୍ମିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking