34.1 C
Bhubaneswar
Friday, October 18, 2024
Homeଖେଳଘୋଷଣା ହେଲା ଆଇପିଏଲ ୨୦୨୪ର ମ୍ୟାଚ ସୂଚୀ

ଘୋଷଣା ହେଲା ଆଇପିଏଲ ୨୦୨୪ର ମ୍ୟାଚ ସୂଚୀ

ନୂଆଦିଲ୍ଲୀ:ଘୋଷଣା ହେଲା ଆଇପିଏଲ ମ୍ୟାଚ ସୂଚୀ । ଟାଟା ଆଇପିଏଲ ୨୦୨୪ର ମ୍ୟାଚ ସୂଚୀ ଆଜି ଘୋଷଣା ହୋଇଛି । ପ୍ରଥମ ୨୧ଟି ମ୍ୟାଚର ସୂଚୀ ଜାରି କରାଯାଇଛି । ମାର୍ଚ୍ଚ ୨୨ ତାରିଖରେ ଆଇପିଏଲର ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହେବ । ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ ଓ ଡୁପ୍ଲେସିସଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏହି ମ୍ୟାଚରେ ମୁହାଁ ମୁହିଁ ହେବେ ।

ଏହି ମ୍ୟାଚ ଚେନ୍ନାଇରେ ଖେଳାଯିବ । ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି ପ୍ରଥମେ ୨୧ଟି ମ୍ୟାଚର ସୂଚୀ ଜାରି କରାଯାଇଛି । ୨୧ଟି ମ୍ୟାଚର ଅବଧି ୨ ସପ୍ତାହ ରଖାଯାଇଛି । ୧୦ ସହରରେ ୨୧ ମ୍ୟାଚ ଖେଳାଯିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦିଲ୍ଲୀ ନିଜ ଘରୋଇ ମୁକାବିଲା ଭାଇଜାଗରେ ଖେଳିବ । ଆଇପିଏଲ ୨୦୨୪ର ଅନ୍ୟ ମ୍ୟାଚ ସିଡ୍ୟୁଲ ପରେ ଘୋଷଣା କରାଯିବ ।

ମ୍ୟାଚ୍‌ ସୂଚୀ

ମାର୍ଚ୍ଚ ୨୨: ଚେନ୍ନାଇ ବନାମ ଆରସିବି – ଚେନ୍ନାଇ(୭.୩୦)

ମାର୍ଚ୍ଚ ୨୩ : ପଞ୍ଜାବ ବନାମ ଦିଲ୍ଲୀ – ମୋହାଲି (୩.୩୦) / କେକେଆର ବନାମ ହାଇଦ୍ରାବାଦ – କୋଲକାତା (୭.୩୦) 

ମାର୍ଚ୍ଚ ୨୪ : ରାଜସ୍ଥାନ ବନାମ ଲକ୍ଷ୍ନୌ – ଜୟପୁର (୩.୩୦) / ଗୁଜରାଟ ବନାମ ମୁମ୍ବାଇ ଇଣ୍ଡିଆନ୍ସ – ଅହମଦାବାଦ (୭.୩୦) 

ମାର୍ଚ୍ଚ ୨୫ : ଆରସିବି ବନାମ ପଞ୍ଜାବ – ବେଙ୍ଗାଲୁରୁ (୭.୩୦)

ମାର୍ଚ୍ଚ ୨୬ : ଚେନ୍ନାଇ ବନାମ ଗୁଜରାଟ – ଚେନ୍ନାଇ (୭.୩୦)

ମାର୍ଚ୍ଚ ୨୭ : ହାଇଦ୍ରାବାଦ ବନାମ ମୁମ୍ବାଇ – ହାଇଦ୍ରାବାଦ (୭.୩୦)

ମାର୍ଚ୍ଚ ୨୮ : ରାଜସ୍ଥାନ ବନାମ ଦିଲ୍ଲୀ – ଜୟପୁର (୭.୩୦)

ମାର୍ଚ୍ଚ ୨୯ : ଆରସିବି ବନାମ କେକେଆର – ବେଙ୍ଗାଲୁରୁ (୭.୩୦)

ମାର୍ଚ୍ଚ ୩୦ : ଲକ୍ଷ୍ନୌ ବନାମ ପଞ୍ଜାବ – ଲକ୍ଷ୍ନୌ (୭.୩୦)

ମାର୍ଚ୍ଚ ୩୧: ଗୁଜରାଟ ବନାମ ହାଇଦ୍ରାବାଦ – ଅହମଦାବାଦ (୩.୩୦)/ ଦିଲ୍ଲୀ ବନାମ ଚେନ୍ନାଇ – ବିଶାଖାପଟନମ (୭.୩୦) 

ଏପ୍ରିଲ ୧ : ମୁମ୍ବାଇ ବନାମ ରାଜସ୍ଥାନ – ମୁମ୍ବାଇ (୭.୩୦)

ଏପ୍ରିଲ ୨ : ଆରସିବି ବନାମ ଲକ୍ଷ୍ନୌ – ବେଙ୍ଗାଲୁରୁ (୭.୩୦)

ଏପ୍ରିଲ ୩: ଦିଲ୍ଲୀ ବନାମ କେକେଆର – ବିଶାଖାପଟନମ (୭.୩୦)

ଏପ୍ରିଲ ୪ : ଗୁଜରାଟ ବନାମ ପଞ୍ଜାବ – ଅହମଦାବାଦ (୭.୩୦)

ଏପ୍ରିଲ ୫ : ହାଇଦ୍ରାବାଦ ବନାମ ଚେନ୍ନାଇ – ହାଇଦ୍ରାବାଦ (୭.୩୦)

ଏପ୍ରିଲ ୬ : ରାଜସ୍ଥାନ ବନାମ ଆରସିବି – ଜୟପୁର (୭.୩୦)

ଏପ୍ରିଲ ୭ : ମୁମ୍ବାଇ ବନାମ ଦିଲ୍ଲୀ – ମୁମ୍ବାଇ (୩.୩୦)/ ଲକ୍ଷ୍ନୌ ବନାମ ଗୁଜରାଟ – ଲକ୍ଷ୍ନୌ (୭.୩୦) 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking