32.1 C
Bhubaneswar
Saturday, June 22, 2024
Homeଓଡିଶାରାଜ୍ୟରେ ସିବିଆଇ ପକ୍ଷରୁ ବଡଧରଣର ରେଡ୍

ରାଜ୍ୟରେ ସିବିଆଇ ପକ୍ଷରୁ ବଡଧରଣର ରେଡ୍

ଭୁବନେଶ୍ୱର : ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ସାର୍ଟିଫିକେଟ ଜାଲ ନେଇ ରାଜ୍ୟରେ ସିବିଆଇ ପକ୍ଷରୁ ରେଡ୍ କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ୬୭ ସ୍ଥାନରେ ରେଡ୍ କରୁଛି ସିବିଆଇ । ତେବେ କଳାହାଣ୍ଡି, ନୂଆପଡା , ରାୟଗଡା , ବାଲେଶ୍ୱର ଓ ଭଦ୍ରକ ଅଞ୍ଚଳରେ ରେଡ ହୋଇଛି । ରେଡ୍ ରେ ସିବିଆଇର ୧୨୨ ଅଫିସରଙ୍କ ସହ ୨୦୪ ଅଫିସର ସାମିଲ ହୋଇଛନ୍ତି । ପୋଷ୍ଟାଲ ସର୍ଭିସ ନିର୍ଦ୍ଦେଶକଙ୍କ ପକ୍ଷରୁ ସିବିଆଇରେ ଅଭିଯୋଗ ହୋଇଥିଲା । ୬୩ ଜଣ ପରୀକ୍ଷାର୍ଥୀଙ୍କ ବିରୋଧରେ ଅଭିଯୋଗ ହୋଇଛି। ଡାଇରେକ୍ଟୋରେଟ ଅଫ୍ ପୋଷ୍ଟାଲ୍ ସର୍ଭିସ୍ ଭୁବନେଶ୍ବରଙ୍କ ଅଭିଯୋଗ ଆଧାରରେ ଏହି ଚଢ଼ାଉ କରାଯାଉଛି। ସୂଚନାଯୋଗ୍ୟ, ୧୩୮୨ ପଦବୀ ପାଇଁ ୨୭ ଜାନୁଆରୀ ୨୦୨୩ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking