ସୁନ୍ଦରଗଡ : ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଆଇଟି ରେଡ୍ ଘଟଣା। ଘନଶ୍ୟାମ ଡାଲମିଆଙ୍କ ପୁଅକୁ ନେଇ ଆଇଟି ବିଭଗର ପଚରାଉଚରା । ଘନଶ୍ୟାମଙ୍କ ପୁଅ ଅଭିଷେକଙ୍କୁ ପଚରାଉଚରା । ତେବେ ସୂଚନା ଅନୁଯାୟୀ,ତିନି ଦିନ ହେଲା ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରେ ଚଢଉ ଚାଲିଛି। ରାଜ୍ୟ ଭିତରେ ଏବଂ ବାହାରେ ଏକକାଳୀନ ୩୦ଟି ସ୍ଥାନରେ ରେଡ୍ କରାଯାଉଛି। ରାଉରକେଲାରେ ୭ଟି , ସୁନ୍ଦରଗଡରେ ୨ଟି ସ୍ଥାନ ଏବଂ ରାଜଗାଙ୍ଗପୁରରେ ମଧ୍ୟ ଗୋଟିଏ ସ୍ଥାନରେ ରେଡ୍ ଚାଲିଛି। ରାଜ୍ୟ ବାହାରେ ଛତିଶଗଡ , କୋଲକାତା ଓ ମହାରାଷ୍ଟ୍ର , ଛତିଶଗଡର ରାୟଗଡ ଏବଂ ରାୟପୁରରେ ଯାଞ୍ଚ କରାଯାଉଛି। ଘନଶ୍ୟାମଙ୍କ ସମ୍ପର୍କୀୟ ନନ୍ଦକିଶୋର ଅଗ୍ରୱାଲଙ୍କ ଘରେ , ବ୍ୟବସାୟୀଙ୍କ ଘର ଏବଂ ବିଭିନ୍ନ ସ୍ଥାନରେ ଥିବା ଅଫିସ ଏବଂ ଫ୍ୟାକ୍ଟ୍ରିରେ ମଧ୍ୟ ଚଢଉ କରାଯାଉଛି। ଏଯାଏଁ ଅଢେଇ କୋଟି ଟଙ୍କା ଓ ୩ କେଜି ସୁନା ଅଳଙ୍କାର ମିଳିଥିବା ସୂଚନା ମିଳିଛି।