17.1 C
Bhubaneswar
Saturday, January 11, 2025
Homeଦେଶ ବିଦେଶଗରିବ ଝିଅଙ୍କୁ ବିବାହ କରାଇବେ ଯୋଗୀ

ଗରିବ ଝିଅଙ୍କୁ ବିବାହ କରାଇବେ ଯୋଗୀ

ଉତ୍ତରପ୍ରଦେଶ : ଲକ୍ଷେ୍ନାରେ ଏକ ସାମୁହିକ ବିବାହ ଅନୁଷ୍ଠିତ କରାଯିବ । ଏଠାରେ ଗରିବ ପରିବାରର ୩୫୦୦ ଝିଅ ମାନଙ୍କ ବିବାହ କରାଯିବ । ଉତ୍ତରପ୍ରଦେଶର ଯୋଗୀ ସରକାର ଏପର୍ଯ୍ୟନ୍ତ ରାଜ୍ୟରେ ଦେଢ ଲକ୍ଷ ଝିଅଙ୍କର ବିବାହ କରାଇ ସାରିଛନ୍ତି ।

ସରକାରୀ ପ୍ରବକ୍ତାଙ୍କ କହିବା ଅନୁସାରେ ଏହି କାର୍ଯ୍ୟକ୍ରମ ଉତ୍ତର ପ୍ରଦେଶ ଭବନ ଓ ଅନ୍ୟ ନିର୍ମାଣ କର୍ମକାର କଲ୍ୟାଣ ବୋର୍ଡ ଦ୍ୱାରା ଆୟୋଜିତ କରାଯିବ । ଏଥିରେ ମୁଖ୍ୟମନ୍ତ୍ରୀ ନିଜେ ଆର୍ଶୀବାଦ ଦେବା ପାଇଁ ଉପସ୍ଥିତ ରହିବେ । ଲକ୍ଷେ୍ନା, ଲକ୍ଷ୍ମୀପୁର,ସୀତାପୁର,ଉନ୍ନାବ,ରାୟବରେଲି,ହରଦୋଇ, ଏବଂ ବାରବାଙ୍କୀ ଜିଲ୍ଲାର ଗରିବ ପରିବାରଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ପଞ୍ଜୀକୃତ କରାଯାଇଛି ।

ଏହି ଯୋଜନା ଅନୁସାରେ ସରକାର ସେହି ପରିବାରଲୋକଙ୍କୁ ୫୫ ହଜାର ଆର୍ଥିକ ସହାୟତା ରାଶି ପ୍ରଦାନ କରିବେ ଓ ‘ଦିବ୍ୟାଙ୍ଗ’ ଙ୍କୁୁବିବାହ କଲେ ୬୧ ହଜାର ଆର୍ଥିକ ରାଶି ଦେବେ । ୧୮ ମାର୍ଚ୍ଚକୁ ଏହି କାର୍ଯ୍ୟକ୍ରମରେ ୨.୧୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଅତିଶ୍ରମ ମନ୍ତ୍ରୀ ବି.କେ ରାୟ କହିଛନ୍ତିଯେ, ମୁଖ୍ୟମନ୍ତ୍ରୀଙ୍କର ଏହି ଯୋଜନାରେ ରାଜ୍ୟର ଗରିବବର୍ଗର ଲୋକ ମାନେ ସିଧାସଳଖ ଉପକୃତ ହେବେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking