27.1 C
Bhubaneswar
Monday, November 18, 2024
Homeଅପରାଧମଶାକଣି ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌, ୨ ଗିରଫ

ମଶାକଣି ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌, ୨ ଗିରଫ

ମାର୍ଶାଘାଇ: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ମଶାକଣିଠାରେ ଭାରତୀୟ ଖାଦ୍ୟନିଗମ ପଣ୍ୟାଗାର ପରିସରରେ ଘଟିଥିବା ବହୁଚର୍ଚ୍ଚିତ ହତ୍ୟାକାଣ୍ଡର ରହସ୍ୟ ସାମ୍ନାକୁ ଆସିଛି । ଏହି ହତ୍ୟାକାଣ୍ଡରେ ମାର୍ଶାଘାଇ ପୁଲିସ ୨ ଜଣ ଆସାମୀଙ୍କୁ ଗିରଫ କରିଛି । ଅଭିଯୁକ୍ତ ହେଲେ ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ବରପାଲି ଗ୍ରାମର ନାରାୟଣ ନାୟକ ଓରଫ୍ ଲିପୁ ଓ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଲାଠିପଡା ପୁଞ୍ଜିମାଶାସନ ଗ୍ରାମର ରଞ୍ଜିତ ନାୟକ ଓରଫ୍ କଂସ । ଏନେଇ ଶୁକ୍ରବାର ମାର୍ଶାଘାଇ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଥାନାଧିକାରୀ ପି.କେ କାନୁନଗୋ ସୂଚନା ଦେଇଛନ୍ତି । ସମ୍ମିଳନୀରେ ତଦନ୍ତକାରୀ ଅଧିକାରୀ ବିଜୟ କୁମାର ଖଟୁଆ, ଉପନିରୀକ୍ଷକ ଦେବାଶିଷ ପଣ୍ଡା, ସୌମ୍ୟରଞ୍ଜନ ଜାଲି, ସୁଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରକାଶ ଯେ, ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଟୁକୁରିଝାରିଆ ଗ୍ରାମର ରାମଚନ୍ଦ୍ର ଘଡାଇ ଓରଫ୍ କାଳିଆ ମଶାକଣିସ୍ଥିତ କେନ୍ଦ୍ରୀୟ ପଣ୍ୟାଗାର ପରିବର୍ଦ୍ଧିତ ଗୃହ ନିର୍ମାଣ କାର୍ଯ୍ୟରେ ରାଜମିସ୍ତ୍ରୀଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ସହିତ ନାରାୟଣ ନାୟକ ଓ ରଞ୍ଜିତ ନାୟକ ମଧ୍ୟ କାମ କରୁଥିଲେ । ଫେବୃଆରୀ ୨୭ ତାରିଖ ରାତିରେ ମୃତ ରାଜମିସ୍ତ୍ରୀ କାଳିଆଙ୍କ ସହିତ ୨ ଜଣ ଶ୍ରମିକ ଭୋଜିଭାତ କରିବା ସହିତ ମଦ୍ୟପାନ କରିଥିଲେ । ମଜୁରି ଟଙ୍କା ପାଇଁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପୂର୍ବକଥାକୁ ନେଇ ମଦ୍ୟପାନ ପରେ ସେଦିନ ଝଗଡ଼ା ଉଗ୍ରରୂପ ନେଇଥିଲା । ପ୍ରଥମେ କାଳିଆ ଏକ ଲୁହାରଡ୍ ନେଇ ଲିପୁକୁ ଆକ୍ରମଣ କରିଥିଲେ । ଲିପୁ ରଡ୍ ଛଡାଇ କାଳିଆଙ୍କ ମୁଣ୍ଡରେ ଶକ୍ତ ଆଘାତ ଦେଇଥିଲା । ଫଳରେ କାଳିଆ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ । ଚେତା ଫରିଲେ କାଳିଆ ମାରିଦେବା ଆଶଙ୍କା କରି ପୁନଶ୍ଚ ଏକ ହାତୁଡ଼ି ଆଣି କାଳିଆ ମୁଣ୍ଡରେ ଲୁହାରଡକୁ ବାଡ଼େଇ ଥିଲେ । ଫଳରେ ଘଟଣାସ୍ଥଳରେ କାଳିଆର ମୃତ୍ୟୁ ହୋଇଥିଲା । ଏସମ୍ପର୍କରେ ଠିକାଦାରଙ୍କ ସୁପରଭାଇଜର ଦେବାଶିକ ନାୟକଙ୍କ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛି । ସେମାନଙ୍କଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଜିନିଷ ଜବତ କରିବା ସହ ଏକ ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking