19.1 C
Bhubaneswar
Friday, November 22, 2024
Homeବିଜିନେସ୍ଅକ୍ଟୋବରରେ ମାରୁତି କାର୍ ବିକ୍ରି ୨୧% ବଢ଼ିଛି

ଅକ୍ଟୋବରରେ ମାରୁତି କାର୍ ବିକ୍ରି ୨୧% ବଢ଼ିଛି

ନୂଆଦିଲ୍ଲୀ : ଚଳିତବର୍ଷ ଅକ୍ଟୋବରରେ ଦେଶର ଅନ୍ୟତମ ଅଗ୍ରଣୀ ଚାରିଚକିଆ ଯାନ ନିର୍ମାତା ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ର କାର୍ ବିକ୍ରି ୨୧ ପ୍ରତିଶତ ବୃଦ୍ଧି ପାଇଛି । ଗତବର୍ଷ ଅକ୍ଟୋବରରେ ମାରୁତି କମ୍ପାନୀ ମୋଟ ୧,୩୮,୩୩୫ଟି କାର୍ ବିକ୍ରି କରିଥିବାବେଳେ ଚଳିତବର୍ଷ ଅକ୍ଟୋବରରେ ଏହା ୧,୬୭,୫୨୦କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ‘ଅଲ୍‌ଟୋ’ ଓ ‘ଏସ୍‌-ପ୍ରେସୋ’ ଭଳି ମିନି ସେଗ୍‌ମେଣ୍ଟ କାର୍ ୨୪,୯୩୬ଟି ଅଧିକ ବିକ୍ରି ହୋଇଥିବାବେଳେ ‘ବାଲେନୋ’, ‘ସେଲେରିଓ’, ‘ସ୍ୱିଫ୍ଟ୍ ଡିଜାୟର’, ‘ଇଗ୍‌ନିସ୍‌’, ଟୌର୍ ଏସ୍‌’ ଏବଂ ‘ୱାଗ୍‌ନର’ ଭଳି କମ୍ପାକ୍ଟ କାର୍ ୭୩,୬୮୫ଟି ଅଧିକ ବିକ୍ରି ହୋଇଥିବା କୁହାଯାଇଛି ।

୨୦୨୧ ଅକ୍ଟୋବରରେ ଏହି ସଂଖ୍ୟା ଯଥାକ୍ରମେ ୨୧,୮୩୧ ଓ ୪୮,୬୯୦ ରହିଥିଲା । ଅପରପକ୍ଷରେ ଅକ୍ଟୋବରରେ କମ୍ପାନୀ ଦ୍ୱାରା ପ୍ରସ୍ତୁୁତ ‘ବ୍ରିଜା’, ‘ଏର୍ଟିଗା’, ‘ଏସ୍‌-କ୍ରସ୍‌’ ଓ ‘ଏକ୍ସଏଲ-୬’ ଭଳି ଏସ୍‌ୟୁଭି କ୍ୟାଟେଗୋରୀ କାର୍ ୩୦,୯୭୧ଟି ବିକ୍ରି କରାଯାଇଛି । ମାରୁତି କମ୍ପାନୀ ଅକ୍ଟୋବରରେ ୨୦,୪୪୮ଟି କାର୍ ବିଦେଶକୁ ରପ୍ତାନୀ କରିଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking