ନୂଆଦିଲ୍ଲୀ: ମଙ୍ଗଳଗ୍ରହ ସଦାସର୍ବଦା ମାନବ ସଭ୍ୟତା ପାଇଁ ଉତ୍ସୁକତାର କେନ୍ଦ୍ର ରହିଆସିଛି । ଜ୍ୟୋତିର୍ବିଜ୍ଞାନୀଙ୍କ ଅନୁସାରେ, କୋଟି କୋଟି ବର୍ଷ ପୂର୍ବରୁ ଏହି ସୁନ୍ଦର ଲାଲ ଗ୍ରହରେ ଜଳ ଥିଲା । ଆଉ ତା ସହ ପ୍ରାଚୀନ ସମୟରେ ସେଠାରେ ଜୀବନ ଥିବାର ସମ୍ଭାବନା ଥିଲା ବୋଲି କୁହାଯାଏ । ଏହାର ସନ୍ଧାନ ମଙ୍ଗଳକୁ ପଠାଯାଇଥିବା ମିଶନ କ୍ୟୁରିଓସିଟି ଓ ପର୍ଜିଭରେନ୍ସ କରୁଛି । କହିରଖୁଛୁ, ପୃଥିବୀ ଓ ମଙ୍ଗଳ ଗ୍ରହରେ ଅନେକ ସମାନତା ରହିଛି । ଦୁଇ ଗ୍ରହରେ ଦିନ ଓ ରାତି ସମୟ ପ୍ରାୟ ସମାନ । ଏହା ଆମ ପୃଥିବୀର ସବୁଠୁ ନିକଟତମ ଗ୍ରହ । ସେଥିପାଇଁ ସେହି ସୁନ୍ଦର ଲାଲ ଗ୍ରହକୁ ପୃଥିବୀବାସିଙ୍କ ଦ୍ୱିତୀୟ ଘର ଭାବରେ ଦେଖାଯାଏ । ଦୁନିଆରେ ଏମିତି ଅନେକ ବଡ ସ୍ପେସ ଏଜେନ୍ସିମାନେ ମଙ୍ଗଳ ଉପରେ ମ୍ୟାନ ମିଶନ ପଠାଇବା ପାଇଁ ନିଜ ପ୍ରସ୍ତୁତି କରୁଛନ୍ତି । ଏହାରି ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି । ତାହା ହେଲା ଏଲନ ମସ୍କ ନାମକ ଏକ ଘରୋଇ କମ୍ପାନୀ ସ୍ପେସଏକ୍ସ ୨୦୨୬ରେ ମଙ୍ଗଳ ଗ୍ରହରେ ପ୍ରଥମେ ମଣିଷକୁ ଓହ୍ଲାଇପାରେ । ଏହାକୁ ନେଇ ଆମେ ଜାଣିବା କି ଏହି ମିଶନର ରୂପରେଖ କେମିତି ରହିବ ଓ କେଉଁଭଳି ଭାବରେ ଏହା ମାର୍ସରେ ମଣିଷକୁ ଓହ୍ଲାଇବ ।
କୁହାଯାଉଛି, ସ୍ପେସ ଏକ୍ସର ଷ୍ଟାରସିପ ରକେଟ ଏହି ମିଶନରେ ବଡ ଭୂମିକା ନିର୍ବାହ କରିବ । ଏହି ରକେଟ ଥରକେ ପ୍ରାୟ ୧୦୦ ମେଟ୍ରିକ ଟନ କାର୍ଗୋ ଅତି ସହଜରେ ପୃଥିବୀରର୍ୱିର୍ଟରେ ପହଂଚାଇପାରିବ । ୩୯୪ ଫୁଟ ଲମ୍ବା ଏହି ରକେଟରେ ପ୍ରାୟ ୬ ରେପ୍ଟର ଇଂଜିନ ରହିବ । ଏତିକି ନୁହେଁ, ଏଥିରେ ଏକାସାଙ୍ଗରେ ୧୦୦ ଯାତ୍ରୀ ସହଜରେ ବସିପାରିବେ । ସ୍ପେସ ଏକ୍ସ ଓବସାଇଟ କଥା ଯଦି କହିବା, ତେବେ ଏହା ସହଜରେ କ୍ରୁ ମେମ୍ବର୍ସ ଓ ଲୋଜିଷ୍ଟିକଙ୍କୁ ପୃଥିବୀରୁ ଚନ୍ଦ୍ର ଓ ମଙ୍ଗଳ ଗ୍ରହ ପର୍ଯ୍ୟନ୍ତ ପହଂଚାଇପାରେ । ଆସନ୍ତା ସମୟରେ ଏହି ରକେଟ ଉପରେ ବି ଅନେକ କାମ ହେବାର ଅଛି । ମାର୍ସକୁ କଲୋନାଇଜ କରିବା ପାଇଁ ଅନେକ ମାତ୍ରାରେ କାର୍ଗୋ ଦରକାର ପଡିବ । ଏଥିରୁ ଅନୁମାନ କରାଯାଇପାରେ ଖୁବଶୀଘ୍ର ଷ୍ଟାରସିପର ଅପଗ୍ରେଡେଡ ଭର୍ସନ ବି ଆସିପାରେ , ଯେଉଂଥିରେ ପ୍ରାୟ ୩୭ ରେପ୍ଟର ଇଂଜିନ ଲାଗିଥିବ ।
୨୦୨୨ରେ ମଙ୍ଗଳ ଗ୍ରହ ୨୬ ମାସ ପରେ ପୃଥିବୀର ନିକଟ ହୋଇ ଗତି କରିବ । ଏହି ସମୟ ମଙ୍ଗଳକୁ ମିଶନ ପଠାଇବା ପାଇଁ ସଠିକ ରହିବ । ୨୦୨୨ରେ ସ୍ପେସ ଏକ୍ସ ଟେଷ୍ଟ ମିଶନ ମଙ୍ଗଳକୁ ପଠାଇପାରେ । ଯେଉଁଥିରେ କୌଣସି ମାନବ ରହିବେନି । ଏହି ମିଶନର କାମ ବାସ୍ତିବକ ମିଶନ ପାଇଁ ମହତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ ପାଇଁ ହେବ ।
ସ୍ପେସଏକ୍ସର ଯୋଜନା ହେଲା ଯେ, ମଙ୍ଗଳ ଗ୍ରହକୁ ପଠାଇବା ପାଇଁ ଏହା ପ୍ରଥମ ଷ୍ଟାରସିପକୁ ପୃଥିବୀର ଅର୍ବିଟରେ ପ୍ରବେଶ କରାଇବ । ଅର୍ବିଟରେ ପ୍ରବେଶ କରିବା ପରେ ଅନ୍ୟ ରକେଟ ଏଥିରେ ଲୋଜିଷ୍ଟିକ ଫିଲ କରିବେ । ଏଥିରେ ମାର୍ସକୁ କୋଲୋନାଇଜ କରିବା ପାଇଁ ଆବଶ୍ୟକ କାର୍ଗୋକୁ ସାମିଲ କରାଯିବ । ଏହାପରେ ରକେଟ କାର୍ଗୋ ଓ ମାନବକୁ ନେଇ ସିଦା ମଙ୍ଗଳ ଗ୍ରହର ଅର୍ବିଟରେ ପ୍ରବେଶ କରିବ ।
ମଙ୍ଗଳ ଗ୍ରହର ବାତାବରଣ ଅତି ପତଳା । ସେଥିପାଇଁ ସେଠାରେ ଓହ୍ଲାଇବା ପାଇଁ ଅନେକ ବିଶେଷ ଉପକରଣର ପ୍ରୟୋଗ କରାଯିବ । ଅର୍ବିଟରେ ପ୍ରବେଶ ମାତ୍ରକେ ଷ୍ଟାରସିପ ପ୍ରାୟ ୭.୫ କିଲୋମିଟର ପ୍ରତି ସେକେଣ୍ଡ ଗତିରେ ତଳକୁ ଓହ୍ଲାଇବ । ଏହାପରେ ଷ୍ଟାରସିପର ସମସ୍ତ ଇଂଜିନ ଚାଲୁ ହୋଇଯିବ । ଥ୍ରଷ୍ଟର୍ସ ସହାୟତାରେ ମଙ୍ଗଳରେ ରକେଟର ସଫ୍ଟ ଲ୍ୟାଣ୍ଡିଂ ହେବ ଓ ଏହାପରେ ମାନବର ପ୍ରଥମ ପାଦ ମଙ୍ଗଳ ଗ୍ରହରେ ହେବ ।