28.1 C
Bhubaneswar
Thursday, March 28, 2024
Homeଅପରାଧମୁମ୍ବାଇ ସାକିନାକା ଗଣଦୁଷ୍କର୍ମ ମାମଲା ; ପୀଡିତାଙ୍କ ମୃତ୍ୟୁ

ମୁମ୍ବାଇ ସାକିନାକା ଗଣଦୁଷ୍କର୍ମ ମାମଲା ; ପୀଡିତାଙ୍କ ମୃତ୍ୟୁ

ମୁମ୍ବାଇ: ମୁମ୍ବାଇର ସାକିନାକା ଅଂଚଳରେ ୩ ବର୍ଷୀୟା ଯୁବତୀଙ୍କ ସହିତ ଗଣଦୁଷ୍କର୍ମ କରାଯାଇ ପ୍ରାଇଭେଟ ପାର୍ଟରେ ରଡରେ ଆକ୍ରମଣ କରାଯାଇଥିଲା । ସାକିନାକା ଦୁଷ୍କର୍ମ ପିଡୀତା ଙ୍କ ମୃତ୍ୟୁ ହୋଇଛି । ପୁଲିସ ପକ୍ଷରୁ କୁହାଯାଇଛି ଯେ, ଚିକିତ୍ସା ମଧ୍ୟରେ ରାଜାବାଡୀ ହସ୍ପିଟାଲରେ ମୃତ୍ୟୁ ବରଣ କରିଛି । ସୂଚନା ମିଳିଛି ଯେ, ଘଟଣା ପରେ ପିଡୀତାର ଅଧିକ ରକ୍ତସ୍ରାବ ହୋଇଥିଲା ଓ ରକ୍ତ ଅଭାବ ପାଇଁ ତାର ମୃତ୍ୟୁ ହୋଇଛି ।

ସାମାଜିକ ଗଣମାଧ୍ୟମରେ ଲକ୍ଷ ଲକ୍ଷ ଲୋକ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ସୂଚନା ଅନୁଯାୟୀ, ମୁମ୍ବାଇର ସାକିନାକା ଅଞ୍ଚଳରେ ଏପରି ଘଟଣା ଘଟିଛି । ପୋଲିସ ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି । ହେଲେ ଘଟଣାରେ ଆଉ କିଛି ଲୋକ ସାମିଲ ଥିବା ସନ୍ଦେହ କରି ତଦନ୍ତ ଜାରି ରଖିଛି । ସକିନାକର ଖାଇରାନି ରାସ୍ତାରେ ଏହି ଘଟଣା ଘଟିଥିବାରୁ ଡିସିପି ଓ ଅତିରିକ୍ତ କମିଶନର ସେଠାକୁ ଯାଇ ଯାଞ୍ଚ କରିଛନ୍ତି । ମୁଖ୍ୟ କଣ୍ଟ୍ରୋଲ ରୁମକୁ ରାତି ପ୍ରାୟ ୩.୩୦ରେ ଗୋଟିଏ ଫୋନ୍ କଲ୍ ଆସିଥିଲା । ଜଣେ ମହିଳା ରକ୍ତାକ୍ତ ଅବସ୍ଥାରେ ରାସ୍ତାକଡ଼ରେ ଅଚେତ ଅବସ୍ଥାରେ ପଡ଼ିରହିଥିବା ଫୋନ୍ ଯୋଗେ ସୂଚନା ମିଳିବାରୁ ଗୋଟିଏ ପୋଲିସ ଟିମ୍ ତୁରନ୍ତ ସେଠାରେ ପହଞ୍ଚିଥିଲା । ଅଚେତ ଅବସ୍ଥାରେ ପଡ଼ିଥିବା ମହିଳାଙ୍କୁ ସେଠାରୁ ଉଦ୍ଧାର କରାଯାଇ ଘାତକପୋରାରେ ଥିବା ରାଜୱାଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମହିଳାଙ୍କ ଅବସ୍ଥା ଏବେ ବି ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking